ଆସନ୍ତା 23 ରେ ୱାନ ନେସନ ୱାନ ଇଲେକ୍ସନ କମିଟିର ପ୍ରଥମ ବୈଠକ, ଓଡ଼ିଶା ଗସ୍ତରେ ଆସି ସୂଚନା ଦେଲେ ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏକ ଘରୋଇ ଇଞ୍ଜିନିୟରିଂ କଲେଜର କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ଏହି ସମୟରେ କୋବିନ୍ଦ ଗଣମାଧ୍ୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ରାମନାଥ କୋବିନ୍ଦ ୱାନ ନେସନ ୱାନ ଇଲେକ୍ସନ ଉପରେ ପ୍ରତିକ୍ରିୟା ଦେଇଥିଲେ । କହିଛନ୍ତି ଆସନ୍ତା 23 ତାରିଖରେ କମିଟିର ପ୍ରଥମ ବୈଠକ ବସିବ । ପୂର୍ବରୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଗଠିତ ସ୍ୱତନ୍ତ୍ର କମିଟିର ସମନ୍ୱୟ ବୈଠକ ହୋଇସାରିଛି । ଆଉ ଆସନ୍ତା 23 ରେ ପ୍ରଥମ ବୈଠକ ବସିବାକୁ ଯାଉଛି । ଏହି କମିଟିର ମୁଖ୍ୟ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ସୂଚନାଥାଉକି, କିଛି ଦିନ ତଳେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତି କରିଥିଲେ କେନ୍ଦ୍ର ସରକାର । ଏହି କମିଟି ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବ ।
ଏହା ସହ ଆସନ୍ତା 18 ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସୁଥିବା ବେଳେ ଗୃହରେ କେନ୍ଦ୍ର ସରକାର ଏହି ବିଲ ଆଗତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ଏହା ଗୃହିତ ହୁଏ ତେବେ ଦେଶରେ ଗୋଟିଏ ସମୟରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ହେବ ।












Click it and Unblock the Notifications