ବିଜେଡିରେ ସାମିଲ ହେଲେ ଭି.କେ ପାଣ୍ଡିଆନ
ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ଭି.କେ ପାଣ୍ଡିଆନ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗଦେଲେ ଭି.କେ.ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ଥିଲେ ଭି.କେ. ପାଣ୍ଡିଆନ ।
ଦଳର ପ୍ରାଥମିକ ସଦସ୍ୟ ଭାବେ ଦେଲେ ଯୋଗ । ଦଳର କୌଣସି ପଦପଦବୀରେ ରହିବେନି ପାଣ୍ଡିଆନ । ଏନେଇ ନବୀନ ନିବାସରେ ହେଲା ବଡ଼ ଘୋଷଣା ।

ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନେତାଙ୍କୁ ନେଇ ବୈଠକ ହୋଇଛି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟାଳୟ ସଂପାଦକ ସଞ୍ଜୟ ଦାସବର୍ମା,ମନ୍ତ୍ରୀ ପ୍ରତାପ ଦେବ, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ,ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ସମୀର ଦାସ,ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ପ୍ରଶାସନିକ ସେବାରୁ ଅକ୍ଟୋବର 23 ତାରିଖରେ ସ୍ବେଚ୍ଛାକୃତ ଅବସର ନେଇଥିଲେ ଭି.କେ. ପାଣ୍ଡିଆନ । ଏହା ପରେ ଭି.କେ ପାଣ୍ତିଆନଙ୍କୁ ନୂଆ ଦାୟିତ୍ୱ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାଣ୍ତିଆନଙ୍କୁ ରାଜ୍ୟ ସରକରାଙ୍କ 5T ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ।












Click it and Unblock the Notifications