ପରଲୋକରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍ ରାଜେନ୍ଦ୍ରନ

ଭୁବନେଶ୍ୱର: ପରଲୋକରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍ ରାଜେନ୍ଦ୍ରନ । ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 88 ବର୍ଷ ହୋଇଥିଲା ।

MM Rajendran

ଏମ ଏମ ରାଜେନ୍ଦ୍ରନ 1957 ବ୍ୟାଚ ଆଇଏଏସ ଟପ୍ପର ଥିଲେ । ପରେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ସମ୍ବାଳି ଥିଲେ । ପରେ 1999 ମହାବାତ୍ୟା ପରେ ପରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । 1964 ଧନୁଶଖୋଲି ବାତ୍ୟା ସମୟରେ ସେ ରାମନାଥପୁରମର ଜିଲ୍ଲାପାଳ ଥିଲେ ଏବଂ ବାତ୍ୟା ମୁକାବିଲା କରିବାରେ ତାଙ୍କର ଅନୁଭୂତି ରହିଥିଲା । ସେହି ଅନୁଭୂତି ତାଙ୍କୁ ବାତ୍ୟା ବିଧ୍ୱସ୍ତ ଓଡ଼ିଶାକୁ ସଜାଡିବାରେ ସାହାଯ୍ୟ କରିଥିଲା ।
ସେ ସମୟର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ମହାବାତ୍ୟା ପରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ ଏବଂ ଚିରାଚରିତ ରାଜ୍ୟପାଳ ନ ହୋଇ ବାତ୍ୟା କ୍ଷତିଗ୍ରସ୍ତ ରାଜ୍ୟକୁ ସମ୍ବାଳିବା ପାଇଁ ଆଗେଇ ଆସିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ସହଯୋଗ କରିବାକୁ କହିଥିଲେ । ଗତବର୍ଷ ଓଡ଼ିଶା ଆସିଥିଲେ ଏବଂ ରାଜଭବନରେ ତାଙ୍କ ଲିଖିତ ପୁସ୍ତକ ସର୍ଭିସ ଅନଇଣ୍ଟରପ୍ଟେଡ ଉନ୍ମୋଚନ କରିଥିଲେ ।

ଚଳିତ ବର୍ଷ ଜୁଲାଇରେ ପୂର୍ବତନ ରାଜ୍ୟପାଳ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାରେ ନିଜର ଆତ୍ମକଥାକୁ ନେଇ ରଚିତ ଏକ ପୁସ୍ତକ ପ୍ରଦାନ କରିଥିଲେ । ରାଜେନ୍ଦ୍ରନ କହିଥିଲେ ଯେ ବିପର୍ଯ୍ୟୟ ପ୍ରଶମନ ତଥା ରାଜ୍ୟରେ ଉଚ୍ଚଶିକ୍ଷାର ବିକାଶରେ ଓଡିଶା ପ୍ରତି ତାଙ୍କର ଯୋଗଦାନ ପାଇଁ ରାଷ୍ଟ୍ରପତି ତାଙ୍କର କାର୍ଯ୍ୟକୁ ମନେ ପକାଇଥିଲେ । ଏହା ସହିତ ରାଷ୍ଟ୍ରପତି ମୁର୍ମୁ ତାଙ୍କୁ ଓଡିଶା ରାଜ୍ୟପାଳ ଭାବରେ ବିବେଚନା କରିଥିଲେ ବୋଲି ରାଜେନ୍ଦ୍ରନ କହିଥିଲେ ।

ରାଜେନ୍ଦ୍ରନ ଓଡିଶାର ରାଜ୍ୟପାଳ ଥିବା ସମୟରେ ନିଜର ପୂର୍ଣ୍ଣ କାର୍ଯ୍ୟକାଳରେ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଉତ୍ତମ ସମନ୍ଵୟ ରଖି କାମ କରିଥିଲେ । ସେ ୟୁନିସେଫର କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଏବଂ ନ୍ୟୁୟର୍କରେ ଏହାର କାର୍ଯ୍ୟକ୍ରମ କମିଟିର ଉପାଧ୍ୟକ୍ଷ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+