ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ଆଇପିଏସ ଅଧିକାରୀଙ୍କ ପରଲୋକ ହୋଇଛି । ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶରତ ଚନ୍ଦ୍ର ମିଶ୍ରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ଶରତଙ୍କୁ 88 ବର୍ଷ ବୟସ ହୋଇଥିଲା । ଏ ନେଇ ତାଙ୍କର ଭାଇ ତଥା ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର ସୂଚନା ଦେଇଛନ୍ତି ।

sarat chandra mishara ips

ସୂଚନା ଅନୁସାରେ, ଶରତ ଡେଙ୍ଗୁରେ ଆକ୍ରାନ୍ତ ଥିଲେ । ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ 7.24 ମିନିଟରେ ତାଙ୍କର ମୃତ୍ୟୁ ହୋଇଛି ।

ଶରତ 1989 ବ୍ୟାଚର ଜଣେ ଆଇପିଏସ ଅଧିକାରୀ ଥିଲେ । ଶରତ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘଦିନ ଜହଶ ସେବା କରିବା ପରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖୁଥିଲେ । ସେ ବିଭିନ୍ନ ଗଣମାଧ୍ୟମରେ ଅପରାଧ, ଆଇନ, ସୁରକ୍ଷା ଆଦି ପ୍ରସଙ୍ଗରେ ନିଜର ମତ ରଖିବା ସହିତ ସାହିତ୍ୟ କ୍ଷେତ୍ରରେ ଲେଖାଲେଖି କରୁଥିଲେ । ସେ ଞଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ । ଏଥିସହିତ ସେ କେନ୍ଦ୍ର ସରକାରଙ୍କ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ର) ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ ।

ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+