ବିଜେପିରେ ସାମିଲ ହେଲେ ନାଲକୋ ପୂର୍ବତନ ସିଏମଡି ଡ଼ ତପନ ଚାନ୍ଦ
ଭୁବନେଶ୍ୱର: ନଲକୋର ପୂର୍ବତନ ସିଏମଡି ତଥା ଶିଳ୍ପ ବିଶେଷଜ୍ଞ ଡକ୍ଟର ତପନ ଚାନ୍ଦ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ହେବା ପରେ ତପନ ଚାନ୍ଦ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି । 34 ବର୍ଷରୁ ଅଧିକ ସମୟ ଧରି ମୁଁ ବିଭିନ୍ନ ବୃହତ ଶିଳ୍ପରେ କାମ କରିଛି । ନାଲ୍କୋର ସିଏମ୍ଡି ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ଲୋକହିତକର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୋତେ ସୁଯୋଗ ମିଳିଥିଲା ।
ଡକ୍ଟର ଚାନ୍ଦ ଛାତ୍ର ଜୀବନରୁ ଏବିଭିପି, ଆରଏସ୍ଏସ୍ ଓ ବିଜେପି ସହ ଜଡ଼ିତ ଥିଲେ । ଏବିଭିପି ସମର୍ଥନରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ୟୁନିୟନ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
3 ଦଶନ୍ଧିରୁ ଅଧିକ ସମୟ ଧରି ଇସ୍ପାତ କାରଖାନା, କୋଲଇଣ୍ଡିଆ ଏବଂ ନାଲକୋ ଭଳି ବୃହତ ଶିଳ୍ପ ସଂସ୍ଥାର ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଛନ୍ତି । ଡକ୍ଟର ଚାନ୍ଦ ସେଣ୍ଟ୍ରାଲ କୋଲ, ବିଶାଖାପାଟଣା ଇସ୍ପାତ କାରଖାନା ଏବଂ ନାଲକୋରେ ନିଜର ଉଲ୍ଲେଖନୀୟ କାମ ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେ ନାଲକୋକୁ ଏକକ କମ୍ପାନୀରୁ ବହୁମୁଖୀ କମ୍ପାନୀରେ ପରିବର୍ତନ କରିଥିଲେ । ଭାରତର ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି ।












Click it and Unblock the Notifications