ପରଲୋକରେ ବିଏମସିର ପ୍ରଥମ ମେୟର ଡାକ୍ତର ଜଗନ୍ନାଥ ମହାପାତ୍ର

dr mohaptra

ଭୁବନେଶ୍ୱର: ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କର ଆଜି ସକାଳେ ଦେହାନ୍ତ ହୋଇଛି । ସହିଦ ନଗରସ୍ଥିତ ବାସଭବନରେ ପରଲୋକ ହୋଇଛି । ଡାକ୍ତର ଜଗନ୍ନାଥ ମହାପାତ୍ର ଥିଲେ ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର୍ । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା ।

ଡାକ୍ତର ମହାପାତ୍ର ଜଣେ ସମାଜସେବୀ ଓ ରାଜନେତା ତଥା ଚିକିତ୍ସକ ଭାବେ ବେଶ ଜଣାଶୁଣା ଥିଲେ । ତାଙ୍କର ଧର୍ମପତ୍ନୀ ଡକ୍ଟର ସଂଘମିତ୍ରା ମିଶ୍ର ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକା। ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ବରିଷ୍ଠ ନାଗରିକମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଥିଲେ । ଭୁବନେଶ୍ୱର ଶିଶୁ ଓ ମହିଳାଙ୍କ ସୁଲଭ ଦରରେ ଚିକିତ୍ସା ଲାଗି ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରିଥିଲେ ।

ଭୁବନେଶ୍ୱରରେ କର୍ପୋରେଟ ହସ୍ପିଟାଲ ଯୁଗ ଆରମ୍ଭ ହେବା ପୂର୍ବରୁ ଯେଉଁ ହାତଗଣତି କେତେଜଣ ଡାକ୍ତର ସମଗ୍ର ରାଜଧାନୀରେ ସୁନାମ ଅର୍ଜନ କରିଥିଲେ, ସେମାନଙ୍କ ମଧ୍ୟରେ ଡାକ୍ତର ଜଗନ୍ନାଥ ମହାପାତ୍ର ଥିଲେ ଅଗ୍ରଗଣ୍ୟ। ଚିକିତ୍ସା ସେବା ବ୍ୟତୀତ ଜଣେ ରାଜନେତା, ସମାଜସେବୀ ଓ ଅଭିନେତା ଭାବରେ ମଧ୍ୟ ସେ ବେଶ୍ ଜଣାଶୁଣା ଥିଲେ । କିଛି ଦିନ ହେଲା ଡାକ୍ତର ମହାପାତ୍ର ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+