ପୁଣି ଆତଙ୍କ ରଚିଲେ ପୂର୍ବତନ ଯବାନ, ଦୁଇ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ
ବାଙ୍କୀ: କିଛି ଦିନ ତଳେ ବିଚ୍ ବଜାରରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଥିଲେ । ଏବେ ପୁଣି ଆତଙ୍କ ଖେଳାଇଛନ୍ତି ପୂର୍ବତନ ସେନା କର୍ମଚାରୀ । ହରିରାଜପୁରର ଯବାନ ସରୋଜ ଦାସ ଆକ୍ରମଣରେ ଦୁଇ ଜଣ ପୋଲିସ୍ ଆହତ ହୋଇଛନ୍ତି ।

ଯବାନଙ୍କୁ ଗିରଫ କରିବାକୁ ଯାଇଥିବାବେଳେ ଯବାନ ଜଣଙ୍କ ବାଙ୍କୀ ଥାନା ଏସଆଇଙ୍କୁ ଆକ୍ରମଣ କରିଛନ୍ତି । ବାଙ୍କୀ ଥାନା ଏସଆଇ ସମ୍ବିତ୍ ସ୍ବାଇଁ ଏବଂ କନେଷ୍ଟବଳ ଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଦିମାତା ଛକରେ ଯବାନ ଜଣଙ୍କ ଉଭୟଙ୍କୁ ହାଣିଥିବା ସୂଚନା ମିଳିଛି ।
ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏସଆଇଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ମଧ୍ୟ ବାଙ୍କୀ ଥାନା ମହିଳା ଏସଆଇଙ୍କୁ ଯବାନ ଜଣଙ୍କ ଆକ୍ରମଣ କରିଥିଲା । ବାଙ୍କୀ ବଜାରରେ ବି ଆତଙ୍କ ଖେଳାଇଥିଲା ।












Click it and Unblock the Notifications