ଶିକାରୀ ଗୁଳିରେ ଚାଲିଗଲା ଆଉ ଜଣେ ବନ କର୍ମଚାରୀଙ୍କ ଜୀବନ
କରଞ୍ଜିଆ: ଶିମିଳିପାଳରେ ପୁଣି ଚାଲିଲା ଗୁଳି । ଶିକାରୀ ଗୁଳିରେ ପ୍ରାଣ ହରାଇଲେ ବନ କର୍ମଚାରୀ । ଅଧ ରାତିରେ ପାଟ୍ରୋଲିଂ ବେଳେ ଘଟିଛି ଏହି ଘଟଣା । ମୃତକ ଜଣକ ହେଲେ ମାଟିଆ ହାଁସଦା । ସେ କେନ୍ଦୁମୁଣ୍ଡି ରେଞ୍ଜ ବାରାହକାମୁଡ଼ାର ଫରେଷ୍ଟର ଥିଲେ ।

ମିଳିଥିବା ସୂଚନା ଅନୁସାରେ ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ରାତି ପ୍ରାୟ 2 ବେଳେ ଏହି ଘଟଣା ଘଟିଛି । ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ 6 ଜଣ ଶିକାରୀ ସେମାନଙ୍କ ଉପରକୁ ଗୁଳି ଚଲାଇଥିଲେ । ମାଟିଆ ହଁ।ସଦାଙ୍କ ଛାତିରେ ଗୁଳି ବାଜିଥିଲା । ଏହା ପରେ ତାଙ୍କୁ ତୁରନ୍ତ କରଞ୍ଜିଆ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଉଲ୍ଲେଖଥାଉକି, ଏହା ପୂର୍ବରୁ ଗତ ମାସରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ବିମଳ କୁମାର ଜେନା ନାମକ ଜଣେ ବନରକ୍ଷୀ ପ୍ରାଣ ହରାଇଥିଲେ ।












Click it and Unblock the Notifications