ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଳୁରୁ ଉଡ଼ିବ ବିମାନ

ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଜାନୁଆରୀ 12 ତାରିଖରୁ ମୁମ୍ବାଇ ଓ ବେଙ୍ଗାଲୁରୁ ଉଡ଼ିବ ବିମାନ । ଏନେଇ ନର୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି । ଏହି ବିମାନ ସେବା ସପ୍ତାହରେ ଚାରିଦିନ ରହିବ ।

ଝାରସୁଗୁଡ଼ା : ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଜାନୁଆରୀ 12 ତାରିଖରୁ ମୁମ୍ବାଇ ଓ ବେଙ୍ଗାଲୁରୁ ଉଡ଼ିବ ବିମାନ । ଏନେଇ ନର୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି । ଏହି ବିମାନ ସେବା ସପ୍ତାହରେ ଚାରିଦିନ ରହିବ ।

Jharsuguda-airport

ଝାରସୁଗୁଡା ବିମାନ ବନ୍ଦରରୁ ଉଡାଣ ଭରିବା ପାଇଁ ଟାଇମ ସ୍ଲଟ ମାଗିଛି ସ୍ପାଇସଜେଟ୍ ବିମାନ କର୍ତ୍ତୃପକ୍ଷ । ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ସପ୍ତାହକୁ ଚାରିଦିନ ଚଳାଚଳ କରିବା ପାଇଁ ଟାଇମ ସ୍ଲଟ ମଗାଯାଇଛି । ଏନେଇ ଝାରସୁଗୁଡା ବିମାନ ବନ୍ଦର ପକ୍ଷରୁ ବି ଅନୁମତି ପ୍ରଦାନ କରାଯାଇଛି । ପୂବର୍ରୁ ମାର୍ଚ୍ଚ ସମର ସିଡ୍ୟୁଲରେ ବିମାନ ଚଳାଚଳ କରିବା ପାଇଁ ସ୍ପାଇସ ଜେଟ ଅନୁମତି ପାଇ ସାରିଛି । ତେବେ ଜାନୁଆରି କି ମାର୍ଚ୍ଚରେ ବିମାନ ଚଳାଚଳ ନେଇ ସ୍ପାଇସଜେଟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବ ।

ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଖୁସି ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, 'ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର, ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ @flyspicejet ର ବିମାନ ସେବା ଆରମ୍ଭ ହେବା ଖବର ଅତ୍ୟନ୍ତ ଖୁସିର ବିଷୟ। ଓଡ଼ିଶାବାସୀଙ୍କ ପାଇଁ ଉତ୍ତମ ଗମନାଗମନ ଓ ଯୋଗାଯୋଗର ମାର୍ଗ ପ୍ରଶସ୍ତ କରିବା ସହ ଅର୍ଥନୈତିକ ଅଭିବୃଦ୍ଧିରେ ଏହା ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।'

ଦୀର୍ଘ ଦିନରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗଲୁରୁ ଭଳିଆ ସିଟିକୁ ବିମାନ ଚଳାଚଳ ପାଇଁ ଲୋକେ ଦାବି କରିଆସୁଥିଲେ । ଏହାକୁ ଆଧାରକରି ବେସମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଡ଼ାନ ସ୍କିମ ଜରିଆରେ ଝାରସୁଗୁଡ଼ାରୁ ବିମାନ ଚଳାଚଳ କରିବାକୁ ଯୋଜନା ମଧ୍ୟ କରିଥିଲା । ହେଲେ କୋଭିଡ୍ ପାଇଁ ଏହା ଅଟକି ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+