ରଙ୍ଗେଈଲୁଣ୍ଡା ବିମାନ ବନ୍ଦର ର ସମୀକ୍ଷା କଲେ ପରିବହନ ସଚିବ ଉଷା ପାଢ଼ୀ, 7 ଦଫା ଦାବି ପତ୍ର ଦେଲା ଓଡିଶା ଡେଭଲପମେଣ୍ଟ ଫୋରମ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ଅବସରରେ ରଙ୍ଗେଇ ଲୁଣ୍ଡା ବିମାନଘାଟିରୁ ଉଡିବ ବିମାନ । 5 ତାରିଖରୁ ବିମାନ ଚଳାଚଳ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ।

ବ୍ରହ୍ମପୁର : ଆସନ୍ତାକାଲି ଠାରୁ ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ । ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି । ଗତକାଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଓ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ରଙ୍ଗେଇଲୁଣ୍ଡା ବମାନ ଘାଟିର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିମାନ ଘାଟି ଟର୍ମିନାଲ୍ କାମ, ରନ୍ ୱେ ର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏ ନେଇ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।
ଏହି ଅବସରରେ ପରିବହନ ସଚିବ ସୂଚନା ଦେଇଥିଲେ ଯେ ତିନୋଟି ପର୍ଯ୍ୟାୟ ରେ ବ୍ରହ୍ମପୁର ବିମାନ ବନ୍ଦରର ବିକାଶ କରାଯିବ I ପ୍ରଥମେ ନନ-ସେଡୁଲ ବିମାନ ଓ ଭିତ୍ତିଭୂମି ନିର୍ମାଣ ହେବ ପରେ ସେଡୁଲ-ବିମାନ ଚାଲିବା ବ୍ୟବସ୍ଥା କରାଯିବ ଓ ତୃତୀୟ ପର୍ଯ୍ୟାୟ ରେ ପୂର୍ଣ୍ଣ ବିକାଶ ହେବ ।
ଏହି ସମୟରେ ଓଡିଶା ଡେଭଲପମେଣ୍ଟ ଫୋରମ ସଦସ୍ୟ ରଙ୍ଗେଈଲୁଣ୍ଡା ଠାରେ ପରିବହନ ସଚିବ ଓ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I ଓଡିଶା ଡେଭଲପମେଣ୍ଟ ଫୋରମ ର ସଦସ୍ୟ 7 ଦଫା ଦାବି ପ୍ରଦାନ କରି ସୂଚନା ଦେଇଥିଲେ ଯେ ଓଡ଼ିଶା ସରକାର 2012 ମସିହାରେ ବ୍ରହ୍ମପୁର ରୁ ଭୁବନେଶ୍ବର ବିମାନ ଚଳାଇଥିଲେ କିନ୍ତୁ କମ୍ ପଇସାରେ ଭୁବନେଶ୍ୱର ରେ ଏଠିକାର ଜନସାଧାରଣ ପହଞ୍ଚି ପାରୁଥିବାରୁ ବ୍ରହ୍ମପୁର-ଭୁବନେଶ୍ୱର ବିମାନ ଚଳାଚଳ ସଫଳ ହେଲା ନାହିଁ । ବର୍ତ୍ତମାନ ଦୀର୍ଘ 10 ବର୍ଷ ପରେ ଏହି ଭୁଲ ର ପୁନରାବୃତ୍ତି ନକରିବା ପାଇଁ ଅନୁରୋଧ କରିବା ସହ-
ରଙ୍ଗେଈଲୁଣ୍ଡା ର ନାଁ କୁ ଯଥାଶୀଘ୍ର ବ୍ରହ୍ମପୁର ବିମାନ ବନ୍ଦର କରିବା ।
ସେହିଭଳି ପଡୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ର ରୁ ଲକ୍ଷାଧିକ ପର୍ଯ୍ୟଟକ ମା' ତାରା ତାରିଣୀ ଶକ୍ତିପୀଠ, ଗୋପାଳପୁର, ଚିଲିକା, ଦାରିଙ୍ଗିବାଡି, ଜୀରାଙ୍ଗ କୁ ଆସୁଥିବା ବେଳେ; ବ୍ରହ୍ମପୁର ଓ ଦକ୍ଷିଣରୁ ହଜାର ହଜାର ବ୍ୟବସାୟୀ ଓ ଜନତା ପ୍ରତିଦିନ ବିଶାଖାପାଟଣା ଓ ହାଇଦ୍ରାବାଦ ଉପରେ ନିର୍ଭରଶୀଳ ଥିବାରୁ ଏହି ଅଂଚଳ କୁ ଦୈନିକ ବିମାନର ବ୍ୟବସ୍ଥା ସଫଳ ହେବ ।
ତେଣୁ ବ୍ରହ୍ମପୁର ରୁ କେବଳ ଭୁବନେଶ୍ୱର କୁ ବିମାନ ନ ଚଲାଇ, ହାଇଦ୍ରାବାଦ, କୋଲକାତା ଓ ବିଶାଖାପାଟଣା କୁ ଯଥା ଶୀଘ୍ର ବିମାନ ସେବା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇ ଥିଲା ।
ଭୁବନେଶ୍ୱର ଓ ବିଶାଖାପାଟଣା କୁ ଚାଲିବାକୁ ଥିବା ବିମାନ କୁ 'ଲିଙ୍କ ବିମାନ' ଭାବେ ଚଲାଯିବା (ଯାହାଫଳରେ ଏହି ଦୁଇ ବିମାନ ବନ୍ଦର ମାଧ୍ୟମରେ ବ୍ରହ୍ମପୁର ରୁ ଚେକ୍-ଇନ୍ କରି ଯେକୌଣସି ବଡ ସହର କୁ ବିମାନ ଯାତ୍ରା କରିହେବ।)
ରଙ୍ଗେଈଲୁଣ୍ଡା ରେ ଭିତ୍ତିଭୂମି ର ବିକାଶ କରିବା ସହ ATR -72 ବିମାନ ଉଡ଼ିବା ର ଶୀଘ୍ର ବ୍ୟବସ୍ଥା କରିବା ।
ବ୍ରହ୍ମପୁର ଠାରେ ଏକ ସବୁଦିନିଆ ଗ୍ରୀନ ଫିଲ୍ଡ ଯାତ୍ରୀବାହୀ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ନୂଆଁ ଜାଗା ଅତି ଶୀଘ୍ର ଚିହ୍ନଟ କରିବାକୁ ଦାବି କରାଯାଇଥିଲା ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ଅବସରରେ ରଙ୍ଗେଇ ଲୁଣ୍ଡା ବିମାନଘାଟିରୁ ଉଡିବ ବିମାନ । 5 ତାରିଖରୁ ବିମାନ ଚଳାଚଳ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ତେବେ ନିୟମିତ ଭାବେ କେବେଠାରୁ ବିମାନ ଉଡିବ ସେ ନେଇ ନିଷ୍ପତ୍ତି ନିଆଯାଇ ନାହିଁ । ଏ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବ ବୋଲି ସଚିବ କହିଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications