ଝାରସୁଗୁଡ଼ାରୁ ଏହି ଦୁଇ ସହରକୁ ଉଡ଼ିବ ବିମାନ, ନଭେମ୍ବର 5 ରୁ ଆରମ୍ଭ ହେବ ସେବା
ଝାରସୁଗୁଡ଼ା: ଗତକାଲି ଦକ୍ଷିଣ ଓଡିଶାର ଲୋକଙ୍କ ଯାତାୟତ ପାଇଁ ଲକ୍ଷ୍ମୀ ଯୋଜନାର ଶୁବାରମ୍ଭ ପରେ ଆଜି ପଶ୍ଚିମ ଓଡ଼ିଶା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଲୋକଙ୍କ ଯାତାୟତକୁ ସୁଗମ କରିବା ପାଇଁ ଝାରସୁଗୁଡ଼ାରୁ ଆଉ 2 ସହରକୁ ଆରମ୍ଭ ହେବ ବିମାନ ସେବା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ଇଣ୍ଡିଗୋ । ଝାରସୁଗୁଡାରୁ କୋଲକାତା ଓ ବେଙ୍ଗାଲୁରୁକୁ ଦୈନିକ ଉଡ଼ିବ ବିମାନ ।

ନଭେମ୍ବର 5 ତାରିଖରୁ କୋଲକାତା କୁ ବିମାନ ସେବା ଆରମ୍ଭ ହେବା ସହ ନଭେମ୍ବର 15 ତାରିଖରୁ ବାଙ୍ଗାଲୁରୁକୁ ଉଡିବ ଇଣ୍ଡିଗୋ । ଝାରସୁଗୁଡା ଏୟାରପୋର୍ଟ ଅଥରିଟି ବିମାନ ଉଡାଣର ଏକ କାର୍ଯ୍ୟସୂଚୀ ସମ୍ପର୍କରେ ତାଙ୍କର ଅଫିସିଆଲ ଏକ୍ସ ହାଣ୍ଡେଲରେ ସେୟାର କରିଛନ୍ତି । ଏହା ଦ୍ୱାରା ଝାରସୁଗୁଡାକୁ ସିଧାସଳଖ ବେଙ୍ଗାଲୁରୁ ଓ କୋଲକାତା ସହ ଯୋଡି ହେବ । ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ଗୁରୁବାର ଠାରୁ ଆଗୁଆ ଟିକେଟ ବିକ୍ରି ଆରମ୍ଭ ହେବ ।
ମିଳିଥିବା ସୂଚନା ଅନୁସାରେ, କୋଲକାତାରୁ ସନ୍ଧ୍ୟା 5.50 ରେ ବିମାନ ଉଡାଣ ଭରି ସନ୍ଧ୍ୟା 7.25 ମିନିଟ୍ ରେ ଝାରସୁଗୁଡ଼ାରେ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ସନ୍ଧ୍ୟା 7.55 ମିନିଟ୍ ରେ ବାହାରି ରାତି 9.20 ରେ କୋଲକାତାରେ ପହଞ୍ଚିବ ।
ଏହା ପରେ ନଭେମ୍ବର 15 ରୁ ବେଙ୍ଗାଲୁରୁରୁ ସକାଳ 10.15 ରେ ବିମାନ ଉଡ଼ାଣ ଭରି ଦିନ 12.20 ରେ ଝାରସୁଗୁଡ଼ାରେ ପହଞ୍ଚିବ । ପୁଣି ଦିନ 12.50 ରେ ବାହାରି ଦିନ 2.55 ରେ ବେଙ୍ଗାଲୁରୁରେ ପହଞ୍ଚିବ ।












Click it and Unblock the Notifications