Get Updates
Get notified of breaking news, exclusive insights, and must-see stories!

ଜେଲ୍ ଭିତରେ ରାଣୀ ମିଜାଜରେ ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା

ଭୁବନେଶ୍ୱର: ଜେଲି ଭିତରେ ବି ରାଣୀ ମିଜାଜ୍ । 50 ହଳ ଡ୍ରେସ୍ ସାଙ୍ଗକୁ 10 ହଳ ଜୋତା । ତା ସହ ବ୍ରାଣ୍ଡେଡ୍ ମେକ୍ ଅପ୍ ସମଗ୍ରୀ ଓ ଦାମୀ କମ୍ପାନୀର ପରଫ୍ୟୁମ୍ । ଏମିତି ଢଙ୍ଗରେ ରହୁଛନ୍ତି ବିଚାରଧୀନ କଏଦୀ ଅର୍ଚ୍ଚନା ନାଗ୍ । ଜେଲ୍ ରେ ଥିଲେ ବି କମିନି ରାଜକୀୟ ମିଜାଜ୍ । ସବୁ ଠୁ ବଡ଼ କଥା ହେଲା ଜେଲ୍ ପାଚେରୀ ଭେଦ କରି ଭିତରେ ଏ ସବୁ ସୁବିଧା ଯୋଗାଇ ଦିଆଯାଉଛି । ଏ ନେଇ ଖୁଲାସା କରିଛନ୍ତି ନିକଟରେ ଜାମିନ୍ ରେ ଆସିଥିବା ଜଣେ ମହିଳା କଏଦୀ ।

Archana nag

ମିଳିଥିବା ସୂଚନା ଅନୁସାରେ, ଅର୍ଚ୍ଚନାଙ୍କୁ ମିଳୁଛି ସ୍ୱତନ୍ତ୍ର ସୁବିଧା । ପ୍ରତିଦିନ ନୂଆ ଲୋକ ଭେଟିବାକୁ ଆସୁଛନ୍ତି । ଜେଲ୍‌ର ବରିଷ୍ଠ ଅଧିକାରୀଙ୍କ ରୁମ୍‌ରେ ବସି ଘଣ୍ଟା ଘଣ୍ଟା ସାକ୍ଷାତ କରୁଛନ୍ତି । ଜେଲ୍‌ ଭିତରେ ଥିବା ୱେଲ୍‌ଫେୟାର ରୁମ୍‌ରେ ଏକାଠି ରହୁଛନ୍ତି ଜଗବନ୍ଧୁ ଓ ଅର୍ଚ୍ଚନା ।

ଖାଲି ଏତିକି ନୁହଁ, ଫୋନ୍‌ରେ ଗପିବା ପାଇଁ ସିସିଟିଭି ନଥିବା ରୁମ୍‌ ଦିଆଯାଉଛି । କିନ୍ତୁ ଏ ବିଷୟରେ ମୁହଁ ଖୋଲୁନାହାନ୍ତି ଜେଲ୍‌ କର୍ତ୍ତୃପକ୍ଷ । ଜେଲ୍‌କୁ ନିଜ ଘର ଭଳି ବ୍ୟବହାର କରୁଛନ୍ତି ଅର୍ଚ୍ଚନା । କିଛିଦିନ ତଳେ ଜଣେ ନୂଆ କର୍ମଚାରୀ ଏହାକୁ ବିରୋଧ କରିଥିଲେ । ଫଳରେ ଅର୍ଚ୍ଚନା ତାଙ୍କୁ ଦେଇଥିଲେ ବଦଳି ଧମକ । ସମ୍ପୃକ୍ତ କର୍ମଚାରୀଙ୍କୁ ବରିଷ୍ଠ ଅଧିକାରୀ ଗାଳି କରିଥିଲେ ।

ଏପରିକି ବାହାର ଖାଦ୍ୟ, ବିରିୟାନି, କୋଲ୍ଡ କଫି ଯୋଗାଇ ଦିଆଯାଇଛି । ଅର୍ଚ୍ଚନାଙ୍କ ପାଇଁ କୌଣସି କଟକଣା ନାହିଁ । ଗିରଫ ହେବା ଦିନଠାରୁ ଏମିତି କେଉଁ ପୂଜା ପର୍ବ ନାହିଁ ଅର୍ଚ୍ଚନା ଜେଲ୍‌ରେ ନୂଆ ଡ୍ରେସ୍‌ ପିନ୍ଧିନି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ପାଇଁ ଜେଲ୍‌ର କୌଣସି ନିୟମ ଲାଗୁ ନ ହେବା ଦେଖି କିଛି କଏଦୀ ଏନେଇ ଡିଜିପିଙ୍କୁ ଚିଠି ଲେଖିଥିଲେ । ହେଲେ ତାଙ୍କ ଚିଠିକୁ ଜେଲ୍‌ କର୍ତ୍ତୃପକ୍ଷ ଚାପି ଦେଇଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଜେଲ୍‌ ଭିତରେ ଅର୍ଚ୍ଚନା ଅନ୍ୟ ମହିଳା କଏଦୀଙ୍କୁ ବିଭିନ୍ନ ପ୍ରକାର ମେକଅପ୍‌ ସାମଗ୍ରୀ, ଡ୍ରେସ୍ ଓ ଶୁଖିଲା ଖାଦ୍ୟ ଦେଇ ନିଜ ଅକ୍ତିଆରରେ ରଖିଛନ୍ତି । ସେମାନେ ମଧ୍ୟ ଅର୍ଚ୍ଚନାର ସବୁ କାମ କରୁଛନ୍ତି । ସବୁ କଏଦୀଙ୍କ ପାଇଁ ଜେଲ୍‌ ନିୟମ ଗୋଟିଏ ଆଉ ଅର୍ଚ୍ଚନା ପାଇଁ ସ୍ୱତନ୍ତ୍ର । ବ୍ୟବସାୟୀଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ବ୍ଲାକ୍‌ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରିଥିଲେ ଅର୍ଚ୍ଚନା । ଖଣ୍ଡଗିରି ଥାନା ପୋଲିସ୍‌ 2022 ଅକ୍ଟୋବର 5 ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+