ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା; 5 ମୃତ, ଜଣେ ଆହତ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ 5 ଜଣଙ୍କର ମୃତ୍ୟ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଭଞ୍ଜନଗର-ସୋରଡ଼ା ଥାନା ବରାଡ଼ି ନିକଟରେ ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳେ 5 ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସୋରଡ଼ା ପୋଲିସ ତଦନ୍ତ ଜାରି ରଖିଛି । ମୃତକମାନେ ହେଲେ ସୋରଡା ବିଦ୍ୟୁତ ବିଭାଗ କର୍ମଚାରୀ ରଜନୀ ଗୌଡ଼, ମହେନ୍ଦ୍ର ନାୟକ ଓ ଜୟନ୍ତ ବାଡତ୍ୟା । ଅନ୍ୟ ଦୁଇ ମୃତକ ହେଲେ ଦୁଲାଡର ଶ୍ରୀକାନ୍ତ ଗୌଡ଼ ଓ ମନୁ ଡାକୁଆ । ଦୁଲାଡର ପୂର୍ଣ୍ଣ ଗୌଡ ଆହତ ହୋଇଛନ୍ତି ।

ମିଳିଥିବା ଖବର ମୁତାବକ ଏକ ବାଇକରେ 3 ଜଣ ବସି ଅସୁରବନ୍ଧ ଠାରୁ ସୋରଡା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ବିଦ୍ୟୁତ୍ ବିଭାଗର 3 ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ଆସୁଥିଲେ । ଦୁଇଗାଡ଼ି ମଧ୍ୟରେ ବରାଡି ନିକଟ ରେ ଠାରେ ମୁହାମୁହିଁ ଧକ୍କା ହୋଇଥିଲା । ଖବର ପାଇ ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ 4 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ତେବେ ଅଧିକ ଗୁରୁତର ଥିବା ଜୟନ୍ତ ବାଡ଼ତ୍ୟାଙ୍କୁ ଭୁବନେଶ୍ୱର ନିଆଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications