କଟକ ବନ୍ୟା ସମାଚାର: ମୁଣ୍ଡୁଳିରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ
ମୁଣ୍ଡୁଳିରେ ବନ୍ୟାଜଳ : କଟକ ଜିଲ୍ଲା ମୁଣ୍ଡୁଳିରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ । ଏହା ସହିତ ମହାନଦୀରେ ବଢିବାରେ ଲାଗିଛି ଜଳସ୍ତର । ହୀରାକୁଦ ଡ୍ୟାମ୍ ରୁ ପର୍ଯ୍ୟାୟ କ୍ରମେ ଗେଟ୍ ଖୋଲାଯିବା ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ରବିବାର ହୀରାକୁଦରୁ ନିଷ୍କାସିତ ହୋଇଥିବା ବନ୍ୟାଜଳ ଆଜି ମୁଣ୍ଡୁଳି ପହଞ୍ଚିଛି ।

ବର୍ତ୍ତମାନ ମୁଣ୍ଡୁଳି ନିକଟରେ ସେକେଣ୍ଡକୁ 90 ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଅପ୍ ଷ୍ଟ୍ରିମରେ 70.9 ଫୁଟ୍ ରହିଥିବା ବେଳେ ଡାଉନ୍ ଷ୍ଟ୍ରିମରେ 70.5 ଫୁଟ୍ ରହିଛି ।
ସୂଚନା ଥାଉକି, ରବିବାର ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିବାକୁ 5 ଟି ଗେଟ୍ ଖୋଲାଯାଇଥିଲା । ଏହା ପରେ ପର୍ଯ୍ୟାୟକ୍ରମେ 3 ଟି ଓ 4 ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ 12 ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି । ଉପର ମୁଣ୍ଡରେ ବର୍ଷା ଲାଗି ରହିଲେ ଆଗାମୀ ଦିନରେ ଅଧିକ ଗେଟ୍ ଖୋଲାଯାଇପାରେ ।
More From
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications