ରାଜଧାନୀରେ ପ୍ରଥମ ଜୀବନ ନେଲା ଡେଙ୍ଗୁ
ଭୁବନେଶ୍ୱର: ଡେଙ୍ଗୁ ନେଲା ପ୍ରଥମ ଜୀବନ । ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଜୀବନ ନେଇଛି ଡେଙ୍ଗୁ । ଖଣ୍ଡଗିରି ଧର୍ମବିହାର ଅଞ୍ଚଳ 63 ନମ୍ବର ୱାର୍ଡରେ ଜଣେ 7 ବର୍ଷୀୟା ନାବାଳିକାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଡେଙ୍ଗୁ ଆକ୍ରାନ୍ତ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ନାବାଳିକା । ଏହି ସମୟରେ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଡେଙ୍ଗୁରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ବେଳେ ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ଖଣ୍ଡଗିରି, ଧର୍ମବିହାର ଭଳି ଅଞ୍ଚଳରେ ଅଧିକ ବ୍ୟାପିଥିବା ଜଣାପଡ଼ିଛି । ଅପରପକ୍ଷରେ ଡେଙ୍ଗୁକୁ ପ୍ରତିହତ କରିବା ନେଇ ବିଭିନ୍ନ ପଦକ୍ଷେପ ନେଉଛି ବିଏମସି । ନିଜ ଅଞ୍ଚଳକୁ ସଫା ରଖିବା ସହ ପାଣି ଜମିବାକୁ ନ ଦେବା ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମସି ।












Click it and Unblock the Notifications