ହମସଫର ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ, ଭୟଭୀତ ହୋଇ ଦୌଡ଼ିଲେ ଯାତ୍ରୀ
Humsafar Express Fire: ହମସଫର ଏକ୍ସପ୍ରେସରେ ଲାଗିଲା ନିଆଁ । ଗୁଜୁରାଟର ଚିପୱାଡରେ ହମସଫର ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଯାଇଛି । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିଥିଲେ । ତିରୁଚିରାପଲ୍ଲୀ-ଶ୍ରୀ ଗଙ୍ଗନଗର ହୁମସାଫର ଏକ୍ସପ୍ରେସରେ ଏହି ଅଗ୍ନିକାଣ୍ଡ ଘଟିଛି ।

କୁହାଯାଉଛି, ପ୍ରଥମେ ଜେନେରେଟରରେ ନିଆଁ ଲାଗିଥିଲା । ପରେ କ୍ରମଶଃ ବଗିରେ ନିଆଁ ବ୍ୟାପିଯାଇଥିଲା । ଫଳରେ ବଗିରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଟ୍ରେନ୍ କୁ ଜରୁରୀକାଳୀନ ପରିସ୍ଥିତିରେ ଅଟକାଯାଇଥିଲା । ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇଯାଇଥିଲେ ।
ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଖବର ନାହିଁ । ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନେକ ରେଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ।
#WATCH | Fire breaks out in Humsafar Express, which runs between Tiruchirappalli and Shri Ganganagar, in Gujarat's Valsad; no casualty reported till now pic.twitter.com/p5Eyb7VQKw
— ANI (@ANI) September 23, 2023
ଗତ ମାସରେ ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ରମେଶ୍ୱରମ ଯାଉଥିବା ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଅଗଷ୍ଟ 26 ରେ ଲକ୍ଷ୍ନୌରୁ ରାମେଶ୍ୱରମ୍ ଯାଉଥିବା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନରେ ଦୁର୍ଘଟଣାରେ ଅତି କମରେ 10 ଜଣଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications