Get Updates
Get notified of breaking news, exclusive insights, and must-see stories!

କଣିହା NTPC ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ସ୍ଥାନୀୟ ଅଞ୍ଚଳ ଧୂଆଁମୟ

ଅନୁଗୁଳ: କଣିହାଁ NTPC ପ୍ଲାଣ୍ଟରେ ଲାଗିଛି ନିଆଁ । ଷ୍ଟେଜ (2) ସିଏଚପି ଏରିଆରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଫଳରେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଟିପି 15 ରୁ ଟିପି 16 ମଧ୍ୟରେ କନଭରବେଲ୍ଟ, ଲୁହାପୁଲି, ଟେକପ ଓ ମୋଟର ସବୁ ପୋଡ଼ି ନଷ୍ଟ ହୋଇଯାଇଛି ।

NTPC

ଖବରପାଇ ଏନଟିପିସିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଏନଟିପିସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଏନଟିପିସି ଅଗ୍ନିଶମ ବିଭାଗ ଓ କଣିହାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସମସ୍ତ ଯନ୍ତ୍ରାଂଶ ପୋଡ଼ିପାଉଁଶ ହୋଇ ଯାଇଥିଲା । ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିବିଶେଷଙ୍କର କ୍ଷତି ହୋଇନାହିଁ ।

କେଉଁ କାରଣରୁ ନିଆଁ ଲାଗିଲା, ତାର ଅନୁଧ୍ୟାନ କରାଯାଉଛି ଏବଂ ଖୁବ୍ ଶୀଘ୍ର ମରାମତି କାମ ଆରମ୍ଭ ହେବ ବୋଲି ଏନଟିପିସିର ମାନବସମ୍ବଳ ବିଭାଗର ମୁଖ୍ୟ ବି.କେ.ପାଣ୍ଡେ ପ୍ରେସ୍ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି ।

ଅଗ୍ନିକାଣ୍ଡରେ ଚାରିଆଡେ ଧୂଆଁ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ଭୟଭୀତ ହୋଇପଡିଛନ୍ତି ଲୋକେ। ନିଆଁର ପ୍ରଭାବ ଏତେ ଯେ ସମଗ୍ର ପ୍ଲାଣ୍ଟ ଅଞ୍ଚଳ ଧୁଆଁ ମୟ ହେବା ସହ ଚାରି ଆଡ଼କୁ ବ୍ୟାପିବାରେ ଲାଗିଛି ଧୁଆଁ । ଅନ୍ୟପଟେ ନିଆଁକୁ ଦେଖି ପ୍ଲାଣ୍ଟ ଆଖ ପାଖରେ ରହୁଥିବା ଲୋକେ ଭୟଭିତ ହେବାରେ ଲାଗିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+