କଳିଙ୍ଗ ଷ୍ଟାଡିୟମ ନିକଟ ଭେଣ୍ଡି ଜୋନରେ ଅଗ୍ନିକାଣ୍ଡ, ଜଳିଗଲା 11 ଦୋକାନ
ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । କଳିଙ୍ଗ ଷ୍ଟାଡିୟମ୍ ନିକଟରେ ଥିବା ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ ଘଟିଛି । ଷ୍ଟାଡିୟମ ମୁଖ୍ୟ ଫାଟକ ସାମ୍ନା ଭେଣ୍ଡିଂ ଜୋନରେ ନିଆଁ ଲାଗିବା ଫଲର 11 ଟି ଦୋକାନ ଜଳିଯାଇଛି ।

ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହା ସର୍ଟସର୍କିଟରୁ ହୋଇଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁସାରେ, ଭୋର୍ ପ୍ରାୟ 5 ଟା ବେଳେ ଭେଣ୍ଡିଙ୍ଗ୍ ଜୋନ୍ରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି । ପୋଡ଼ି ଯାଇଥିବା ଦୋକାନରେ ପୂଜା ସାମଗ୍ରୀ ଓ ସାଇକେଲ୍ ଟାୟାର୍ ଆଦି ଥିଲା ।












Click it and Unblock the Notifications