ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ଡେଇଁ ପଡ଼ିଲେ ଲୋକ ପାଇଲଟ୍
ଢେଙ୍କାନାଳ: ଚଳନ୍ତା ଟ୍ରେନରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଲିଗଲା ଟ୍ରେନର ଇଞ୍ଜିନ୍ । ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଘଟିଛି ଏହି ଅଗ୍ନିକାଣ୍ଡ ।

ଆଠଗଡ଼-ଢେଙ୍କାନାଳ ଗୋବିନ୍ଦପୁର ଯୋରନ୍ଦା ରୋଜ୍ ନିକଟରେ ଟ୍ରେନ ଇଞ୍ଜିନରେ ଲାଗିଛି ନିଆଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଦେଖୁ ଦେଖୁ ନିଆଁ ପୂରା ଇଞ୍ଜିନକୁ ବ୍ୟାପି ଯାଇଥିଲା । ଫଳରେ ଇଞ୍ଜିନରୁ ଡେଇଁ ପଡ଼ିଥିଲେ ଲୋକ ପାଇଲଟ୍ । ତେବେ ଲୋକ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି ।
ଖବର ପାଇ ଢେଙ୍କାନାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲା । ଆଉ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି ।












Click it and Unblock the Notifications