ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ବେଳେ ଅଗ୍ନିକାଣ୍ଡ
କେନ୍ଦ୍ରାପଡା: ବିଦ୍ୟାଳୟରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିକେ ଶିକ୍ଷକ ଓ ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ ।

ମିଳିଥିବା ସୂଚନା ଅନୁସାରେ, ଆଜି ଶନିବାର ସକାଳୁଆ ବିଦ୍ୟାଳୟ ଥିବା ବେଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ହେଉଥିଲା । କେନ୍ଦ୍ରାପଡା ପୌରପାଳିକା 8ନଂ ୱାର୍ଡ ଅଧିନ ମନକରପୁର ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଅଗ୍ନିକାଣ୍ଡ । ତେବେ ହଠାତ କୌଣସି କାରଣରୁ ସିଲିଣ୍ଡରରେ ନିଆଁ ଲାଗିଯିବାରୁ ପାଚିକା ଜଣଙ୍କ ଦୌଡି ଆସି ଅନ୍ୟମାନଙ୍କୁ ଡାକ ପକାଇଥିଲେ । ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କୁ ବାହାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ରୋଷେଇଘର ନିଆଁ ବ୍ୟାପିଯିବା କାରଣରୁ ସେଠାରେ ଥିବା ସମସ୍ତ ରୋଷେଇ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।
ତେବେ ବିଦ୍ୟାଳୟ ପରିସରରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ଅଣାଯାଇଥିବା ବେଳେ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଆୟତ କରିଥିଲେ ।












Click it and Unblock the Notifications