ଦୀପାବଳିରେ ବଡ଼ ଅଗ୍ନିକାଣ୍ଡ, ଦୀପରୁ ନିଆଁ ଲାଗି ଜଳିଗଲା 2 ମହଲା କୋଠା
ରାଉରକେଲା: ଦୀପାବଳିରେ ବଡ଼ ଅଗ୍ନିକାଣ୍ଡ । ଦୀପ ନିଆଁରୁ ନିଆଁ ଲାଗି ଜଳିଗଲା 3 ମହଲା କୋଠା । ଚାହୁଁ ଚାହୁଁ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା କୋଏଲ ନଗର ଅଞ୍ଚଳରେ ।

ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟି ଦୁଇ ମହଲା କୋଠା ଜଳିଯାଇଛି । ଘରର ସମସ୍ତ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ 2ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ଷ ସିଡି ପକାଇ ଘର ଭିତରକୁ ପାଣି ସ୍ପ୍ରେ କରାଯାଉଛି ।
ନିଆଁ ଲାଗିବା ସମୟରେ ଘରେ ଜଣେ ଶିଶୁ ଓ ମାଆ ଫସି ରହିଥିଲେ । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ନେଇ କୌଣସି ଖବର ଆସିନି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ 10 ଟା ସମୟରେ ଏହି ଅଘଟଣ ଘଟିଥିଲା । ଦୀପ ନିଆଁ ନିକଟରେ ଏକ ପେଟି ରଖାଯାଇଥିଲା । ଯେଉଁଥିରୁ ନିଆଁ ଲାଗି ତାହା ଆସ୍ତେ ଆସ୍ତେ ସମଗ୍ର କୋଠାକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ପରେ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇଛି ।












Click it and Unblock the Notifications