ମାର୍କେଟ୍ ରେ ଲାଗିଲା ନିଆଁ, ଜଳିଗଲା 15 ଦୋକାନ
ଭଦ୍ରକ: ରଥପଦା ମାର୍କେଟ୍ ରେ ଭୟବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା 15 ଦୋକାନ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ମାର୍କେଟରେ ହୋଇଛି ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ 2 ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ ଥିବା ଏକ ଦୋକାନରେ ନିଆଁ ଲାଗିଯାଇଥିଲା ।ପରେ ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପିଯାଇ ଥିଲା । ରାତି ହୋଇଥିବାରୁ ନିଆଁ ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦୋକାନରୁ ସାମଗ୍ରୀ ବାହାର କରିବା କଷ୍ଟକର ହୋଇପଡିଥିଲା ।
ବାସୁଦେବପୁର ଓ ଧାମରା ଅଗ୍ନିଶମ ବାହିନୀ ପହଞ୍ଚି 2 ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ । ଅଧିକ ଧୂଆଁ ବାହାରିକା କାରଣରୁ ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବାକୁ କଷ୍ଟକର ହୋଇଥିଲା । ନିଆଁଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।












Click it and Unblock the Notifications