ବସରେ ପ୍ରଥମେ ଚଢିବାକୁ ମହିଳାଙ୍କୁ ବାରଣ କଲେ ମିଳିବ ଦଣ୍ଡ
ବସ୍ ରେ ପ୍ରଥମେ ଚଢିବାକୁ ମହିଳାଙ୍କୁ ବାରଣ କଲେ ମିଳିବ ଦଣ୍ଡ । ଏ ନେଇ ଅଭିଯୋଗ ଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଯେଉଁ ମାନେ ମହିଳାଙ୍କୁ ପ୍ରଥମେ ଗାଡ଼ିରେ ଚଢିବାକୁ ବାରଣ କରୁଥିବେ ସେହି ବସ୍ ର ମାଲିକଙ୍କ ନାଁରେ କଟାଯିବ ଇ-ଚାଲାଣ । ଏ ନେଇ ସବୁ RTO ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସଚିବ । ଏପରିକି ନିୟମିତ ଯାଞ୍ଚ କରିବାକୁ ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଥାଉକି, ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ବସରେ ପ୍ରଥମେ ଚଢିବାକୁ ଜଣେ ମହିଳାଙ୍କୁ ବାରଣ କରିବା ନେଇ ଏକ ମାମଲା ସାମ୍ନାକୁ ଆସିବା ପରେ ଏ ପ୍ରଥାକୁ ବନ୍ଦ କରିବାକୁ ପ୍ରଥମେ ପରିବହନ ବିଭାଗକୁ ଚିଠି କରିଥିଲେ ।
ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ ପରି କୁତ୍ସିତ ପ୍ରଥା ଉଚ୍ଛେଦ ହେଉ, ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ, ସରକାରୀ ଓ ଘରୋଇ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ ବୋଲି ଚିଠିରେ ଲେଖିଥିଲେ । ରାଜ୍ୟରେ ପ୍ରଚଳିତ ଏ କୁତ୍ସିତ ପ୍ରଥାକୁ ବନ୍ଦ କରିବା ସହ ବସରେ ମହିଳାଙ୍କ ପାଇଁ ସିଟ୍ ସଂଖ୍ୟା 50 ପ୍ରତିଶତ ବଢାଇବା ଓ ମହିଳାଙ୍କ ପାଇଁ ଦିଆଯାଉଥିବା ସୁବିଧା ନେଇ ଆକସ୍ମିକ ଯାଞ୍ଚ କରିବେ ବୋଲି କହିଥିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ।












Click it and Unblock the Notifications