ସୁରକ୍ଷିତ ଜମା ଯୋଜନା ପ୍ରତି ଆକର୍ଷିତ କରିବ ‘ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା', ପୂରଣ ହେବ ଭବିଷ୍ୟତ ଆବଶ୍ୟକତା

ଭୁବନେଶ୍ୱର: ସ୍ୱଳ୍ପ ସଞ୍ଚୟ ଯୋଜନା ଭଳି ସରକାରୀ ଯୋଜନା ଉପରେ ଜନସାଧାରଣଙ୍କ ଅତୁଟ ଆସ୍ଥା ଓ ବିଶ୍ୱାସ ରହିଥିବାବେଳେ ପ୍ରତ୍ୟେକ ବ୍ୟକ୍ତି ଏବଂ ତାଙ୍କ ପରିବାରର ଭବିଷ୍ୟତ ଆବଶ୍ୟକତା ପୂରଣ ପାଇଁ ଏହି ସୁରକ୍ଷିତ ସରକାରୀ ଜମାରେ ଅର୍ଥ ସଞ୍ଚୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ । ଓଡ଼ିଶା ସ୍ୱଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ଅର୍ଥ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏ.ଟି. ସିରିଜ୍‌ ଉଠାଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥ ମନ୍ତ୍ରୀ ପ୍ରତ୍ୟେକ ବ୍ୟକ୍ତି ପାଇଁ ସଞ୍ଚୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଯେ ଜନସାଧାରଣଙ୍କୁ ସ୍ୱଳ୍ପ ସଞ୍ଚୟ ଯୋଜନା ଭଳି ସୁରକ୍ଷିତ ଜମା ଯୋଜନା ପ୍ରତି ଆକର୍ଷିତ କରିବା ପାଇଁ 'ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା' ଏକ ଅଭିନବ ପ୍ରୟାସ ।

bikram kehari arukha

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଯେଉଁ ସ୍ୱପ୍ନ ରହିଛି, ତାହାକୁ ସାକାର କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟର ବ୍ୟାଙ୍କ ନଥିବା ସମସ୍ତ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାକ୍ଷରତା ଅଭିଯାନର ସଫଳତା ପାଇଁ ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ନିମନ୍ତେ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ସ୍ୱଳ୍ପ ସଞ୍ଚୟ ଯୋଜନାରେ ଲୋକମାନେ ତାଙ୍କର କଷ୍ଟଲବ୍ଧ ଅର୍ଥକୁ ସୁରକ୍ଷିତ ରଖିପାରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ । ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶିକା ଡକଫର ପ୍ରଜ୍ଞାସ୍ମିତା ସାହୁ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ସଞ୍ଚୟର ବାର୍ତ୍ତା ଯେଭଳି ସାମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଜନସାଧାରଣ ଏହି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ କିପରି ବିଶେଷ ଭାବେ ଲାଭବାନ ଓ ଉପକୃତ ହୋଇପାରିବେ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ ।

ଶ୍ରୀ ପ୍ରେମରାଜ ବହିଦାର, ଶ୍ରୀ ନରୋତ୍ତମ ବେହେରା ଓ ପ୍ରଫେସର ଡକଫର ପ୍ରେମାନନ୍ଦ ମହାପାତ୍ରଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଉକ୍ତ ଉଠାଣରେ ୨୭୭୧ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ, ୮ଟି ବର୍ଗରେ, ସର୍ବାଧିକ ୫ ଲକ୍ଷ ଏବଂ ସର୍ବନିମ୍ନ ୪୦୦୦ ଟଙ୍କା ହିସାବରେ ସମୁଦାୟ ୧ କୋଟି ୫୦ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି ।

କାର୍ଯ୍ୟକ୍ରମ ଶେଷରେ ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ଉଠାଣର ଫଳାଫଳ, ବିଧିବଦ୍ଧ ବିଜ୍ଞପ୍ତି ମାଧ୍ୟମରେ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି,ଅର୍ଥ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+