ଜାନୁଆରୀ 5 ତାରିଖରେ ପ୍ରକାଶ ପାଇବ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା
ଭୁବନେଶ୍ୱର: ଆସନ୍ତା ଜାନୁଆରୀ 5 ତାରିଖରେ ପ୍ରକାଶ ପାଇବ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ କାମନା କରିଛନ୍ତି ।
ଆଗାମୀ ସାଧାରଣ ନିର୍ବାଚନ 2024 କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ କାମନା କରିଛନ୍ତି ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରତି ବୁଥ୍ରେ ସେମାନଙ୍କ ଦଳ ତରଫରୁ ଜଣେ ଲେଖାଏଁ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିବା ସହ ଦଳ ତରଫରୁ ଫଟୋ ପରିଚୟ ପତ୍ର ଦେବେ ଓ ନିଯୁକ୍ତ ହୋଇଥିବା ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କର ଏକକିତା ଲେଖାଏଁ ନକଲ ସଂପୃକ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଇଆର୍ଓ ତଥା ଉପଜିଲ୍ଲାପାଳ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ ।
ନିଯୁକ୍ତ ହୋଇଥିବା ବୁଥ୍ସ୍ତରୀୟ ଏଜେଣ୍ଟମାନେ ସଂପୃକ୍ତ ବୁଥ୍ ଅଞ୍ଚଳରେ ମୃତ ଭୋଟରଙ୍କୁ ଚିହ୍ନଟ କରିବା, ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ତାଲିକା ଏବଂ ଭୋଟର ତାଲିକାରେ ଥିବା ବିଭିନ୍ନ ପ୍ରକାରର ତ୍ରୁଟିଗୁଡ଼ିକୁ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବା ଫଳରେ ଏକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ସମ୍ଭବ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତପ୍ରକାଶ କରିଛନ୍ତି ।
ବୁଥ୍ସ୍ତରୀୟ ଏଜେଣ୍ଟ ବୁଥ୍ ହୋଇଥିବା ଗ୍ରାମ ସଂପୃକ୍ତ ବୁଥ୍ ଅଞ୍ଚଳର ହୋଇଥିବା ଆବଶ୍ୟକ । ବୁଥ୍ସ୍ତରୀୟ ଏଜେଣ୍ଟମାନେ ସଂପୃକ୍ତ ବୁଥ୍ ଅଞ୍ଚଳରେ ମୃତ ଭୋଟରଙ୍କୁ ଚିହ୍ନଟ କରି ଫର୍ମ ନଂ-7 ପୂରଣ କରି ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଦେଲେ ଭୋଟର ତାଲିକାରୁ ମୃତ ଭୋଟରଙ୍କ ନାମ ବାଦ ହେବ ।
ଏକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗ ଓଡ଼ିଶା ପାଇଁ 4 ଗୋଟି ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସ ସ୍ଥିର କରିଛନ୍ତି । ଆସନ୍ତା ନଭେମ୍ବର ମାସ 5 ତାରିଖ (ରବିବାର), ନଭେମ୍ବର ମାସ 19 ତାରିଖ (ରବିବାର), ନଭେମ୍ବର 11 ତାରିଖ (ଶନିବାର) ଏବଂ ନଭେମ୍ବର 25 ତାରିଖ (ଶନିବାର) ଦିନ ରାଜ୍ୟର ସବୁ ବୁଥ୍ରେ ବୁଥ୍ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରମାନଙ୍କର ଆପତ୍ତି ଅଭିଯୋଗ ଶୁଣିବା ସହ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବା ଲାଗି ନିର୍ଦ୍ଧାରିତ ଫର୍ମରେ ଅଭିଯୋଗ ଗ୍ରହଣ ଓ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ସହ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ଭୋଟରମାନଙ୍କୁ ସହାୟତା ପ୍ରଦାନ କରିବେ । ଏହି ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସମାନଙ୍କରେ ବୁଥ୍ସ୍ତରୀୟ ଏଜେଣ୍ଟମାନେ ମଧ୍ୟ ଉପସ୍ଥିତ ରହି ଭୋଟରମାନଙ୍କୁ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଯଦି ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳମାନେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିନଥାନ୍ତି, ଯାଥାଶୀଘ୍ର ରାଜନୈତିକ ଦଳମାନେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନିବେଦନ କରିଛନ୍ତି ।
ଏତଦ୍ବ୍ୟତୀତ ଆଗାମୀ ସାଧାରଣ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟ୍ର (ଏଫ୍ଏଲ୍ସି) ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଆମ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ଆସନ୍ତା ଅକ୍ଟୋବର 3 ତାରିଖରୁ ଅକ୍ଟୋବର 20 ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି 10 ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ତନଖି କାର୍ଯ୍ୟ ଅନୁଷ୍ଠିତ ହେବ । ସେହିପରି ଅବଶିଷ୍ଟ 20 ଟି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ତନଖି କାର୍ଯ୍ୟ ନଭେମ୍ବର 1 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 15 ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏଫ୍ଏଲ୍ସି ଅନୁଷ୍ଠିତ ହେବାକୁ ଥିବା ଦିନଗୁଡ଼ିକରେ ପ୍ରତି ରାଜନୈତିକ ଦଳର ଜଣେ ଲେଖାଏଁ ପ୍ରତିନିଧି ଇଭିଏମ୍ ଓ ଭିଭିପ୍ୟାଟ୍ ତନଖି କାର୍ଯ୍ୟ ଦିନରେ ଉପସ୍ଥିତ ରହିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ଏଥି ନିମନ୍ତେ ଇଭିଏମ୍ ଓ ଭିଭିପ୍ୟାଟ୍ର ତନଖି କାର୍ଯ୍ୟ ପୂର୍ବରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।
ଏହି ବୈଠକରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂପାଦକ ସରୋଜ କୁମାର କର ଓ ଅଶୋକ କୁମାର ମିଶ୍ର, ବହୁଜନ ସମାଜ ପାର୍ଟିର ରାଜ୍ୟ ମହାସଚିବ ମଧୁସୂଦନ ଯାଦବ, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ରାଜ୍ୟ ସଂପାଦକ ଦୁଷ୍ମନ୍ତ କୁମାର ଦାଶ, ଭାରତୀୟ ଜାତୀୟ କଂଗ୍ରେସ୍ର ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ, ଆମ୍ ଆଦ୍ମୀ ପାର୍ଟିର ସୌମ୍ୟ ରଞ୍ଜନ ସ୍ୱାଇଁ, ବିଜୁ ଜନତା ଦଳର ମୁଖପାତ୍ର ଇପ୍ସିତା ସାହୁଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ମିହିର କୁମାର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
-
ଥମିବ ଯୁଦ୍ଧ ! ଆଜି ଇସାଲାମାବାଦରେ ଇରାନ-ଆମେରିକା ଶାନ୍ତି ଆଲୋଚନା ବୈଠକ -
ଭୁବନେଶ୍ଵରରୁ ଯୁବକଙ୍କୁ ଉଠେଇନେଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୋଲିସ -
ଗାଡ଼ିରୁ ଓହ୍ଲାଇ ରାହୁଲଙ୍କ ସହ କଥା ହେଲେ ମୋଦି -
ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି, ସୋମବାରଠୁ ଭିତର ଭଣ୍ଡାର ଗଣତି -
୪ରୁ ୬ ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା, ଆଜି ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ -
ଶାନ୍ତି ଆଲୋଚନା ବିଫଳ, ବିନା ଚୁକ୍ତିରେ ଫେରିଲେ ଜେଡି ଭାନ୍ସ -
ଆରପାରିରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ .... -
ଇରାନ ବିରୋଧରେ ଯୁଦ୍ଧ ଜାରି ରଖିବାକୁ ଇସ୍ରାଏଲର ଧମକ -
ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ଗ୍ୟାସ୍ ଟେନ୍ସନ୍ ଦୂର, ପେଟ୍ରୋଲ ପମ୍ପ୍ରେ ମିଳିଲା ୫ କେଜି ଟାଙ୍କି





Click it and Unblock the Notifications