ବୁର୍ଲା ଭିମସାର ଅଶାନ୍ତ, ଛାତ୍ର ଓ ସୁରକ୍ଷା କର୍ମୀ ହାତାହାତି
ସମ୍ବଲପୁର: ପୁଣି ଅଶାନ୍ତ ବୁର୍ଲା ଭିମସାର । ଭିମସାରରେ ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀ ହାତାହାତି ହୋଇଛନ୍ତି । ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି । ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାବୁଝା କରିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ 4.30 ବେଳେ ଏହି ଘଟଣା ଘଟିଛି । କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ଖବର ପାଇ, ସଂପୃକ୍ତ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ଯାଇ PG ଛାତ୍ରଙ୍କୁ ମାଡ଼ ମାରିଥିଲ ।
ଘଟଣା ଜଣାପଡିବା ପରେ ଅନ୍ୟ କିଛି PG ଡାକ୍ତରୀ ଛାତ୍ର ପହଞ୍ଚି ଏହାର ପ୍ରତିବାଦ କରିଥିଲେ । ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା ।
ବୁର୍ଲା ଭିମସାର ଅଧୀକ୍ଷକ ଲାଲମୋହନ ନାୟକ କହିଛନ୍ତି, ଆମର କିଛି ଡାକ୍ତରୀପିଲାଙ୍କୁ ସିକ୍ୟୁରିଟି ଗାର୍ଡ ଓ ଆଟେଣ୍ଡାଣ୍ଟ ମିଶିକି ପିଟିଥିଲେ । ସିକ୍ୟୁରିଟି ସଂସ୍ଥାକୁ ବାହାର କରାଯାଉ ବୋଲି ପିଲାମାନେ ଦାବି କରିଛନ୍ତି । ଉଭୟପକ୍ଷରୁ ଡାକି ପଚରାଉଚରା କରାଯିବ ।












Click it and Unblock the Notifications