Get Updates
Get notified of breaking news, exclusive insights, and must-see stories!

ଟ୍ରକ୍ ଧକ୍କାରେ ଚାଲିଗଲା ବାପା-ପୁଅର ପ୍ରାଣହାନୀ, ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ

କେନ୍ଦୁଝର: ଗୋଟିଏ ଦିନରେ ଗୋଟିଏ ପରିବାରର ତିନି ଜଣହ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଖବର ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ଛକ ନିକଟରେ । ପ୍ରଥମେ ଟ୍ରକ୍ ଧକ୍କାରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ଶୁଣି ପୁଅର ଦାଦାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମୃତକ ତିନି ଜଣ ହେଲେ, କାଣ୍ଡେ ମୁଣ୍ଡା, ତାଙ୍କ ପୁଅ ଲକ୍ଷ୍ମଣ ମୁଣ୍ଡ ଓ ଲକ୍ଷ୍ମଣଙ୍କ ଦାଦା ସମରା ମୁଣ୍ଡା ।

accident

ସୂଚନା ଅନୁସାରେ ଲୁହା ଛଡ଼ ବୋଝେଇ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା । ଆଜି ସକାଳ 9 ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା(57) ଓ ପୁଅ ଲକ୍ଷ୍ମଣ ମୁଣ୍ଡା (35) ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପ ପୁଅ ଦୁଇ ଜଣଙ୍କ ପ୍ରାଣହାନୀ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

ଏହି ଖବର ଗାଁରେ ପହଞ୍ଚିବା ପରେ (ବାରି ଗାଁରେ) ପୁଅର ଦାଦା ସମରା ମୁଣ୍ଡା ହୃଦଘାତରେ ସେଇଠାରେ ଟଳି ପଡ଼ିଥିଲେ । ଘଟଣା ପରେ ଉତ୍ତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ ଜାତୀୟ ରାଜପଥ-20କୁ ଅବରୋଧ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+