ଝିଅକୁ ଧରି ନଦାକୁ ଡେଇଁପଡ଼ିଥିଲେ; ମିଳିଲା ବାପାଙ୍କ ମୃତ ଦେହ, କୁନି ଝିଅର ମିଳୁନି ପତ୍ତା
ଭଦ୍ରକ: ଗତ ଦୁଇ ଦିନ ପୂର୍ବରୁ ନିଜ କୁନି ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡ଼ିଥିବା ଘଟଣାରେ ମିଳିଛି ବାପାଙ୍କ ମୃତ ଦେହ । ପ୍ରାୟ 30 ଘଣ୍ଟା ପରେ ବାପା ଚନ୍ଦନ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । କିନ୍ତୁ କିନ୍ତୁ କୁନି ଝିଅର ପତ୍ତା ମିଳୁନି । ଏବେବି ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି । ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢା ନଦୀ ମଣିକ ଛନ୍ଦା ନିକଟରୁ ମିଳିଛି ବାପାଙ୍କ ମୃତ ଦେହ ।

ସୂଚନାଥାଉକି, ଗତ 27 ତାରିଖରେ ନିଜ କୁନି ଝିଅକୁ ଧରି ଆଖୁଆପଦା ସ୍ଥିତ ବୈତରଣୀ ନଦୀକୁ ଡେଇଁ ପଡ଼ିଥିଲେ ଚନ୍ଦନ । ରାତି 9 ଟାରେ ନିଜ ଅଢେଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡିଥିଲେ । ରାତି ଥିବାରୁ ସେହିଦିନ ଖୋଜାଖୋଜି କାର୍ଯ୍ୟ ନକରାଯାଇ ଗୁରୁବାର ଦିନ ତାମାମ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ବାପ ଝିଅଙ୍କର କୌଣସି ପତ୍ତା ମିଳିପାରିନଥିଲା । ତେଣୁ ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ।
ଏହା ପୂର୍ବରୁ ପାରିବାରିକ ଅଶାନ୍ତି କାରଣରୁ ଏକ ମାସ ତଳେ ପତ୍ନୀ ଆତ୍ମହତ୍ୟା କରିଥିଲେ । ସେବେଠାରୁ ମାନସିକ ଚାପରେ ଥିଲେ ଚନ୍ଦନ । ଅଢେଇ ବର୍ଷର ଝିଅ ସହ ଘରକୁ ଫେରିଥିଲେ ମଧ୍ୟ ତାଙ୍କ ମନ ଭଲ ଲାଗୁନଥିବା କହିଥିଲେ । ପତ୍ନୀଙ୍କ ପାଖକୁ ପଳାଇବେ ବୋଲି ଘର ଲୋକ ଓ ସମ୍ପର୍କୀୟଙ୍କୁ କହୁଥିଲେ । ଆଉ ଗତ 27 ତାରିଖ ରାତିରେ ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡିଥିଲେ ଚନ୍ଦନ ।












Click it and Unblock the Notifications