ସପ୍ତମ ଫେଲ୍ ବୁଲା ବେପାରୀ ଜାଲ୍ ନୋଟ୍ କାରବାରର ମାଷ୍ଟରମାଇଣ୍ଡ
ଭୁବନେଶ୍ୱର: ପାଠ ବେଶୀ ପଢିନି । ସପ୍ତମ ଫେଲ୍ । କିନ୍ତୁ କଳା କାରନାମାରେ ମାଷ୍ଚ୍ରି । ଛତିଶଗଡ଼ରୁ ଓଡ଼ିଶା ଯାଏଁ ଲମ୍ବିଥିବା ଜାଲ୍ ନୋଟ୍ କାରବାରରେ ମାଷ୍ଟର ମାଇଣ୍ଡ ସପ୍ତମ ଫେଲ୍ ବୁଲା ବେପାରୀ । ଦିନରେ ବୁଲି ବୁଲି ଶାଢୀ ବେପାର କରେ । ରାତି ହେଲେ ଜାଲ୍ ନୋଟ୍ କାରବାର କରି କମାଇଛି କୋଟି କୋଟି ଟଙ୍କା । 25 ହଜାର ଟଙ୍କା ବଦଳରେ ଦେଉଥିଲା 1 ଲକ୍ଷ ଟଙ୍କା ଜାଲ୍ ନୋଟ୍ ।

ସୋନପୁରରେ ଜାଲ୍ ନୋଟ୍ ରାକେଟ୍ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଠାବ କରିବା ପରେ ଏ ନେଇ ଛାନଭିନ୍ ଜାରି ରହିଛି । ତଦନ୍ତ ବେଳେ ଏହା ସହ ଆହୁରି କେତେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ସୋନପୁର ଉଲୁଣ୍ଡା ଅଞ୍ଚଳର ଦୀପକ ମେହେରକୁ ଗିରଫ କରାଯାଇଛି । ତା'ଠାରୁ 41 ଲକ୍ଷ 16 ହଜାର ଟଙ୍କାର ଜାଲ୍ ନୋଟ୍, ଛପା ମେସିନ୍ ଆଦି ଜବତ କରାଯାଇଥିଲା । ଦୀପକର ଭାଇ ଯଶୋବନ୍ତ । ସପ୍ତମ ଫେଲ୍ ଏହି ବୁଲା ବେପାରୀ ଏହି କଳା କାରନାମାର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି ।
ଯଶୋବନ୍ତ କୋଟି କୋଟି ଟଙ୍କାର ଜାଲ ନୋଟ ରଖିଥିବା ସୂଚନା ମିଳିଥିବାବେଳେ ପଶ୍ଚିମ ଓଡିଶାର କିଛି ଟାଣୁଆ ଲୋକଙ୍କ ସହ ଯଶୋବନ୍ତର ସମ୍ପର୍କ ଥିଲା । ସିଡ଼ିଆର ରିପୋର୍ଟରୁ ଏହି ସବୁ ତଥ୍ୟ ମିଳିଛି । ଏସଟିଏଫ କହିଛି ଯେ ଫେରିବାଲା ଭାବେ ବୁଲି ବୁଲି ଦୁଇ ଭାଇ ଶାଢି ବିକ୍ରି କରନ୍ତି । କିନ୍ତୁ ଦୁଇ ଭାଇଙ୍କ ମୁଖ୍ୟ କାମ ହେଉଛି ଜାଲ ନୋଟ କାରବାର । ସାଧାରଣ ନିର୍ବାଚନ ପୂର୍ବରୁ ଛତିଶଗଡ଼ ଚାଲାଣ ହୋଇଥାନ୍ତା ନକଲି ନୋଟ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications