Get Updates
Get notified of breaking news, exclusive insights, and must-see stories!

ଡାକ୍ତରଖାନାରେ ନକଲି ଡାକ୍ତର, ନିଜେ ନିଜେ ଲେଖିଦେଲେ ପ୍ରେସକ୍ରିପସନ୍

ବାଲେଶ୍ୱର: ଡାକ୍ତରଖାନାରେ ପଶିଲେ । ରୋଗୀ ଦେଖି ପ୍ରେସକ୍ରିପସନ୍ ବି ଲେଖିଲେ । କିଛି ସମୟ ପରେ ସନ୍ଦେହ ହେବାରୁ ଧରା ପଡ଼ିଲେ ନକଲି ଡାକ୍ତର । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ମେଡିକାଲ କଲେଜ ହସ୍ପିଟାଲରେ ।

fake doctor

ସୂଚନା ଅନୁଯାୟୀ, ନକଲି ଡାକ୍ତର ଜଣଙ୍କ ଆଜି ସକାଳେ ମେଡ଼ିସିନ ୱାର୍ଡରେ ଭିତରେ ରୋଗୀ ଦେଖି ମେଡିସିନ୍‌ ଲେଖୁଥିଲେ । ଅନ୍ୟ ମେଡିକାଲ କର୍ମଚାରୀ ତାଙ୍କୁ ଦେଖି ସନ୍ଦେହ ବଢ଼ିଥିଲା । ଏନେଇ ଡାକ୍ତରଖାନାରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ଜଣାଇଥିଲେ । ସିକ୍ୟୁରିଟି ଗାର୍ଡ ନକଲି ଡାକ୍ତରଙ୍କୁ ପଚରାଉଚରା କରିଥିଲେ । ଏନେଇ ନକଲି ଡାକ୍ତର ଓ ସିକ୍ୟୁରିଟି ଗାର୍ଡ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ନକଲି ଡାକ୍ତରଙ୍କୁ ଧରି ଥାନାକୁ ଆଣିଥିଲା । ନକଲି ଡାକ୍ତରକୁ ପଚରାଉଚରା କରିଛି ।
ନିଜ ବାପା ମାଆଙ୍କୁ ମେଡିକାଲ ନେଇ ଯାଇଥିବା ବେଳେ ନିଜେ ପ୍ରେସକ୍ରିପସନରେ ବିଭିନ୍ନ ଟେଷ୍ଟ କରିବାକୁ ଲେଖିଥିଲେ । ତେବେ ନିଜ ବାପା ମାଆଙ୍କ ଯନ୍ତ୍ରଣା ସହିନପାରି ଏହିଭଳି କାମ କରିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ନକଲି ଡାକ୍ତର ଅଜୟ ଭଞ୍ଜ ।

ଟିକେଟ କାଉଣ୍ଟରରେ ପ୍ରବଳ ଭିଡ ଥିବାରୁ ସେ ନିଜେ ଆଉଟଡୋରରେ ଟିକେଟ କରି ସେଥିରେ କିଛି ପରୀକ୍ଷା ଓ ଔଷଧ ନାଁ ଲେଖି ଡାକ୍ତରଙ୍କ ବଦଳରେ ନିଜେ ଦସ୍ତଖତ କରିଦେଇଥିଲେ । ଯାହାକି ପରେ ମେଡିକାଲ କର୍ମଚାରୀ ମାନେ ଜାଣିପାରି ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନାରେ ପୁଲିସ ଅଜୟଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସେପଟେ ଅଟକ ଥିବା ଯୁବକ ଜଣକ ମେଡିସିନ୍ ରିପ୍ରେଜେଂଟେଟିଭ ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+