ଜଗନ୍ନାଥ ପ୍ରେମୀଙ୍କ ଭାବନା ସହ ଖେଳ ! ମହାପ୍ରସାଦକୁ ବି କରିଦେଲେ ନକଲି

ପୁରୀ : ରଥଯାତ୍ରାକୁ ନେଇ ଚଳଚଞ୍ଚଳ ରହିଛି ଜଗନ୍ନାଥଧାମ ପୁରୀ । ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ପୁରୀ ଧାଇଁ ଆସିବା ସହ ମହାପ୍ରଭୁଙ୍କ ମହାପ୍ରସାଦ ଟିକେ ପାଇଁ ଚାହିଁ ରହୁଛନ୍ତି । କିନ୍ତୁ ଭକ୍ତଙ୍କ ଆବେଗ ସହ ଖେଳୁଛନ୍ତି କେତେକ ମହାଠକ । ମହାପ୍ରଭୁଙ୍କ ମହାପ୍ରସାଦ ନାଁ ରେ ବିକ୍ରି କରୁଛନ୍ତି ନକଲି ଅବଢା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

fake abadha

ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଥିଲା । ଏହାକୁ ଭକ୍ତଙ୍କୁ ଦେବାକୁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଛି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ଚାଲିଥିବା ବେଳେ ମନ୍ଦିରରେ ମହାପ୍ରସାଦ ମିଳୁ ନ ଥିବା ଭକ୍ତଙ୍କୁ କୁହାଯାଉଛି । ଅନେକ ଭକ୍ତ ଏ ନେଇ କିଛି ଜାଣି ନ ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି । କିଛି ଅସାଧୁ ସେବାୟତଙ୍କ ସହ ମିଶି ବାହାରେ ଅନ୍ନ, ଡାଲି, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରି ପାଇଁ ବ୍ୟବସ୍ଥା କରିଛନ୍ତି ।

ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳ ରେ ପହଞ୍ଚିବା ପରେ ରୋଷେଇ କରୁଥିବା ବ୍ୟକ୍ତି ମାନେ ଫେରାର ହୋଇଯାଇଥିଲେ । ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+