ରାଜଧାନୀରେ ଭୟଙ୍କର ବିସ୍ପୋରଣ, ଉଡ଼ିଲା ଛାତ... ଭାଙ୍ଗିଲା କାନ୍ଥ
ଭୁବନେଶ୍ୱର: ରାଜଧାନୀରେ ହେଲା ବିସ୍ପୋରଣ । ଭୟଙ୍କର ବିସ୍ଫୋରଣରେ ଥରିଲା ଝାରପଡା ଅଞ୍ଚଳ । ବିସ୍ଫୋରଣରେ ଛାତ ଉଡ଼ିଯାଇଥିବା ବେଳେ କାନ୍ଥ ଭୁଶୁଡ଼ିପଡ଼ିଛି । ଏଥିରେ ଝାରପଡା ଅଞ୍ଚଳର କବିରାଜ ସ୍ୱାଇଁ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି ।

ଗତକାଲି ରାତିରେ ଏଭଳି ଘଟଣା ଘଟିଛି । ଅନ୍ୟପଟେ ବୋମାମାଡ଼ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି । ଘର ଭିତରେ ବ୍ୟାପକ ପରିମାଣର ଡିଓଡ୍ରାଣ୍ଟ ଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ପାରିପାର୍ଶ୍ୱିକ ପରିସ୍ଥିତି ଓ ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି ।
ମିଳିଥିବା ସୂଚନା ମୁତାବକ ଏହି ଘରେ ଏକ ଘରୋଇ ସଂସ୍ଥା ନିଜ ବ୍ୟବସାୟ ଚଲାଇଥିଲେ । ତେବେ ଘର ଭଡ଼ାକୁ ନେଇ ମାଲିକଙ୍କ ସହ ବିବାଦ ଥିଲା । ସେପଟେ ବୋମାମାଡ଼କୁ ପୋଲିସ୍ ଖଣ୍ଡନ କରିଥିବା ବେଳେ ଘର ଭିତରେ ବ୍ୟାପକ ପରିମାଣର ଡିଓଡ୍ରାଣ୍ଟ୍ ଥିଲା । ତେବେ ପୁରା ଘଟଣାର ଏବେ ତଦନ୍ତ ଚାଲିଥିବା କହିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଘଟଣାଟି ରାତି ପ୍ରାୟ 11.45 ମିନିଟ୍ ବେଳକୁ ହୋଇଥିଲା । ହଠାତ୍ ବୋମା ମାଡ଼ ହେଲା ଭଳି ଶବ୍ଦ ହୋଇଥିଲା । ଘରଟି ହୁ ହୁ ହୋଇ ଜଳୁଥିବାରୁ ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା ।
ତେବେ ବୋମାମାଡ଼ ହୋଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କାରଣ ଘରେ ଡିଓଡ୍ରାଣ୍ଟ ଥିବାରୁ ସଟ୍ ସର୍କିଟ ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । କିନ୍ତୁ ଘରର କାନ୍ଥ ଗୁଡ଼ିକ ଭାଙ୍ଗି ଯାଇଥିବାରୁ ବୋମାମାଡ଼ ହୋଇଥିବା କୁହାଯାଉଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications