ଶୁଭମ୍ ଇସ୍ପାତ କାରଖାନାରେ ବିସ୍ପୋରଣ, ଜଣେ ମୃତ
ରାଉରକେଲା: ଇସ୍ପାତ କାରଖାନାରେ ବିସ୍ଫୋରଣ । ରାଉରକେଲା ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏହା ସହ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଶ୍ରମିକଙ୍କୁ ରାଉରକେଲାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।

ମୃତ ଶ୍ରମିକ ଜଣଙ୍କ ହେଲେ ଚିନ୍ମୀୟ ବେହେରା । ତାଙ୍କ ଘର ଯାଜପୁର ଜିଲ୍ଲାରେ । ଦୁଇ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି ।
ଗ୍ୟାସ୍ ପାଇପ୍ ଲିକ୍ ହେବା ଯୋଗୁଁ ବିସ୍ଫୋରଣ ହୋଇଥିବା ଜଣାଯାଇଛି । ଗତକାଲି ବିଳମ୍ବିତ ଏହି ଅଘଟଣ ଘଟିଛି । ଏହି ଇସ୍ପାତ କାରଖାନାରେ 100 ରୁ ଅଧିକ ଶ୍ରମିକ କାମ କରନ୍ତି । ଏହି ବିସ୍ଫୋରଣରେ ଅନ୍ୟମାନଙ୍କର କିଛି ହୋଇ ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।












Click it and Unblock the Notifications