ରାଜ୍ୟରେ ବଢୁଛି ନିଶା କାରବାର, 10 ବର୍ଷରେ ବଢିଛି ତିନି ଗୁଣାରୁ ଅଧିକ ରାଜସ୍ୱ
ଭୁବନେଶ୍ୱର: ରାଜ୍ୟରେ ଲମ୍ବିବାରେ ଲାଗିଛି ନିଶା କାରବାରର ଚେର । ଏହା ସହ ଚୋରା ନିଶା ବେପାର ମଧ୍ୟ ବୃଦ୍ଧି ହୋଇଛି । ଏଭଳି ଉତ୍ତର ଖୋଦ୍ ଅବକାରୀ ମନ୍ତ୍ରୀ ଦେଇଛନ୍ତି ।
ବିଧାନସଭାରେ ଗୃହର ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ଦେଇଥିବା ଉତ୍ତରରୁ ଜଣା ପଡ଼ିଛି ଗତ 10 ବର୍ଷରେ ରାଜ୍ୟରେ ମଦ ରାଜସ୍ୱ 3 ଗୁଣାରୁ ଅଧିକ ବଢିଛି । କେବଳ ଆର୍ଥିକ ବର୍ଷ 2023-24ରେ ଡିସେମ୍ବର ଶେଷ ସୁଦ୍ଧା 4897 କୋଟି 74 ଲକ୍ଷ ଟଙ୍କା ଅବକାରୀ ରାଜସ୍ୱ ମିଳିଛି । 2022-23 ଆର୍ଥିକ ବର୍ଷରେ ମଦ କାରବାରରୁ ରାଜ୍ୟ ସରକାରଙ୍କୁ ମିଳିଛି 6 ହଜାର 455 କୋଟି ଟଙ୍କାର ରାଜସ୍ୱ ।

ଅନ୍ୟପଟେ ବ୍ରାଉନ ସୁଗାର, ଗଞ୍ଜେଇ, ଅଫିମ ଭଳି କୋଟି କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରିଛି ଅବକାରୀ ବିଭାଗ । କେବଳ ଗୋଟିଏ ବର୍ଷ 2022-23 ଆର୍ଥିକ ବର୍ଷରେ 63 କୋଟି 45 ଲକ୍ଷ ଟଙ୍କାର ଚୋରା ନିଶା ଦ୍ରବ୍ୟ ଜବତ କରିଛି ବିଭାଗ । ସେଥିରେ 31 କେଜି 796 ଗ୍ରାମ ବ୍ରାଉନ ସୁଗାର୍, 42 ହଜାର 254 କେଜି ଗଞ୍ଜେଇ, 1959 କେଜି ଅଫିମ, 73335 ଲିଟର କଫ ସିରପ ଜବତ ହୋଇଛି ।
ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କୁ ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ ଯେ, 2010-11 ରେ ରାଜ୍ୟରେ କେତେ ଅବକାରୀ ରାଜସ୍ୱ ଥିଲା ଏବଂ 2022-23 ରେ ଏହା କେତେ ଅଛି ?
ଏହାର ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ଯେ, 2010-11 ରେ ରାଜ୍ୟର ଅବକାରୀ ରାଜସ୍ୱ ଥିଲା 1094.38 କୋଟି । 2022-23 ବେଳକୁ ବୃଦ୍ଧି ପାଇଁ 6455.06 କୋଟିରେ ପହଞ୍ଚିଛି । ମିଳିଥିବା ତଥ୍ୟ ମୁତାବକ, ଗତ 10 ବର୍ଷ ଭିତରେ ରାଜ୍ୟରେ ଅବକାରୀ ରାଜସ୍ୟ 3 ଗୁଣା ବୃଦ୍ଧି ପାଇଛି ।












Click it and Unblock the Notifications