ପୁଣି କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

Odisha Congress: ନିର୍ବାଚନ ପୂର୍ବରୁ କମଜୋର୍ ହେଉଛି କଂଗ୍ରେସ । ଦଳ ଛାଡ଼ୁଛନ୍ତି ଜଣକ ପରେ ଜଣେ ଟାଣୁଆ ନେତା । ନିକଟରେ ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ିଥିବା ବେଳେ ଆଜି କଂଗ୍ରସ ହାତ ଛାଡ଼ି ଦେଇଛନ୍ତି ଗଣେଶ୍ୱର ବେହେରା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ।

Ganeswar Behera

କିନ୍ତୁ ସେ ଦଳ ଛାଡ଼ିବାର କାଣ ସମ୍ପର୍କରେ ଇସ୍ତଫା ପତ୍ରରେ କିଛି ଲେଖିନାହାଁନ୍ତି । ପିପିସି ସଭାପତିଙ୍କୁ ପଠାଇଥିବା ଚିଠିରେ ସେ ଲେଖିଛନ୍ତି, "ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୋର ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅନୁରୋଧ କରୁଛି । କଂଗ୍ରେସ ଦଳ ମତେ ବିଧାୟକ ତଥା କର୍ମକର୍ତ୍ତା ଭାବେ ଲୋକଙ୍କ କାମ କରିବାକୁ ସୁଯୋଗ ଦେଇଥିବାରୁ ଆପଣଙ୍କ ଜରିଆରେ ଦଳ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି ।"

ସୂଚନା ଥାଉକି, ଗଣେଶ୍ୱର ବେହେରା କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ । ଦୃଢ ସଂଗଠକ ଭାବେ କାର୍ଯ୍ୟ କରିଥିଲେ ଗଣେଶ୍ୱର । 1985 ମସିହାରେ ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ବିଧାୟକ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ । ଏହାପରେ 1990 ରେ ବିକ୍ରମ କେଶରୀ ଦେଓଙ୍କ ଠାରୁ ଜୁନାଗଡ଼ ଆସନରୁ ପରାସ୍ତ ହୋଇଥିଲେ ।

ଏହା ପରେ 1995 ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣି ଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ସିପ୍ରା ମଲ୍ଲିକଙ୍କୁ ପରାସ୍ତ କରିଥିଲେ ଗଣେଶ୍ୱର । ଏହାପରେ 2000, 2004, 2009, 2019 ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ ଗଣେଶ୍ୱର ବେହେରା ।

ଗଣେଶ୍ୱର ବେହେରା ଦଳ ଛାଡିବା ପରେ ବିଜେଡ଼ିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ତାଙ୍କର ଆଗାମୀ ପଦକ୍ଷେପ କଣ ରହିବ ତା'ଉପରେ ନଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+