ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର
ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ । ମହାପାତ୍ରଙ୍କୁ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଚେୟାରମ୍ୟାନ୍ ପଦରୁ ନଭେମ୍ବର 17 ରୁ ଅବ୍ୟାହତି ଦିଆଯାଇଛି ।

ଆର୍.ବାଲକ୍ରୀଷ୍ଣନଙ୍କୁ ସିଏମ୍ଓ ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ୱରୁ ନିବୃତ କରାଯାଇଛି । ସ୍ପେଶାଲ ଇନିସିଏଟିଭ୍ ମୁଖ୍ୟ ପରାମର୍ଶଦାତା ରହିବେ ଆର୍. ବାଲକ୍ରୀଷ୍ଣନ । WODC ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ମିଳିଛି ।












Click it and Unblock the Notifications