Get Updates
Get notified of breaking news, exclusive insights, and must-see stories!

ଲୋନ୍ ଠକେଇ ମାମଲା; ସମ୍ବାଦ ଅଫିସରେ EOW ଚଢାଉ

ଭୁବନେଶ୍ୱର: ସମ୍ବାଦ ଅଫିସରେ ଅର୍ଥନୈତିକ ଅପରାଧ ଶାଖା ( EOW) ର ଚଢାଉ । ଲୋନ୍ ଠକେଇ ମାମଲାରେ ଚଢାଉ କରିଛି EOW । HR ମୁଖ୍ୟ ବୈଜୟନ୍ତୀ କରଙ୍କୁ ନୋଟିସ ହୋଇଥିଲା । ନୋଟିସ୍ ସତ୍ତ୍ୱେ EOWରେ ହାଜର ହୋଇନଥିଲେ ବୈଜୟନ୍ତୀ । କର୍ମଚାରୀଙ୍କ ନାଁରେ ବେଆଇନ ଋଣ ଉଠାଇବା ନେଇ ଅଭିଯୋଗ ହୋଇଛି ।

ଏହା ପୂର୍ବରୁ ନିଜ କର୍ମଚାରୀଙ୍କ ନାଁରେ ଲୋନ୍ ଦୁର୍ନୀତି କରୁଥିବା ଅଭିଯୋଗ ମାମଲାରେ ଦୈନିକ ଖବରକାଗଜ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ରଙ୍କୁ ଗତକାଲି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା-EOW ପଚରାଉଚରା କରିଥିଲା । ତେବେ ଏନେଇ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ କମଳାକାନ୍ତ ।

sambad-EOW

ସୂଚନା ଅନୁଯାୟୀ, ବୈଜୟନ୍ତୀ କରଙ୍କ ବିରୋଧରେ ଦଫା '୪୨୦' ଲଗାଇଛି ଅର୍ଥନୈତିକ ଅପରାଧ ଶାଖା। ଏହା ସହିତ ଉଭୟଙ୍କ ବିରୋଧରେ ଧମକଚମକ, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜାଲିଆତି କରି ଜାଲ ଦସ୍ତାବିଜ ପ୍ରସ୍ତୁତ କରିବା, କାର୍ଯ୍ୟ ହାସଲ ପାଇଁ ଜାଲ ଦସ୍ତାବିଜ ବ୍ୟବହାର କରିବା, ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ୫୦୬, ୪୬୭, ୪୬୮, ୪୭୧, ୧୨୦ (ଖ) ଓ ୪୨୦ ଧାରାରେ ମାମଲା ରୁଜୁ ହୋଇଛି ।

ଉଲ୍ଲେଖଥାଉକି, ସମ୍ବାଦର ଜଣେ ପୂର୍ବତନ ଜିଲ୍ଲା ପ୍ରତିନିଧି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଲୋନ୍ ଦୁର୍ନୀତି ଅଭିଯୋଗ ଆଣିଥିଲେ । ସେହିଭଳି ଇଷ୍ଟର୍ଣ୍ଣ ମିଡିଆର ମାନବ ସମ୍ବଳ ଅଧିକାରୀଙ୍କ ବିରୋଧରେ ଚାକିରିରୁ ବହିଷ୍କାର କରିବା ଧମକ ଭଳି ବିଭିନ୍ନ ଅଭିଯୋଗ କରିଥିଲେ ।

ଓକିଲଙ୍କ ସହାୟତାରେ EOWରେ ଅଭିଯୋଗ କରିଛନ୍ତି ପୂର୍ବତନ କର୍ମଚାରୀ । କର୍ମଚାରୀଙ୍କ ନାଁରେ ଫେକ୍ ଆକାଉଣ୍ଟରେ ଲୋନ୍ ଉଠାଯାଇଥିବା ଅଭିଯୋଗ ହୋଇଛି । କର୍ମଚାରୀଙ୍କ ଅଜାଣତରେ ସମ୍ବାଦ କର୍ତ୍ତୃପକ୍ଷ ଲୋନ୍ ଉଠାଇଥିବା ନେଇ ଅଭିଯୋଗ ଆସିଛି । ଫେକ୍ ଆକାଉଣ୍ଟରେ 5 ଲକ୍ଷ ଟଙ୍କା ଲୋନ୍ ଉଠା ଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ କର୍ମଚାରୀ ।

ଅଭିଯୋଗକାରୀଙ୍କ ଅନୁସାରେ, ଇଷ୍ଟର୍ଣ୍ଣ ମିଡିଆର ତତକାଳୀନ ଏମଡି ତଥା ବର୍ତ୍ତମାନର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ କର୍ମଚାରୀ ଏବଂ ସାମ୍ବାଦିକଙ୍କ ଫେକ୍ ସାଲାରି ସାର୍ଟିଫିକେଟ୍ ଜରିଆରେ କର୍ମଚାରୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାନ୍ତି । ଏହି ଋଣ ଟଙ୍କା ସୌମ୍ୟରଞ୍ଜନ ପଟ୍ଟନାୟକ ହଡ଼ପ କରିନିଅନ୍ତି । କର୍ମଚାରୀମାନେ ଋଣ କରିବାକୁ ମନାକଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ମଧ୍ୟ ଧମକ ଦିଆଯାଇଥାଏ ବୋଲି ସଂପୃକ୍ତ ଅଭିଯୋଗକାରୀ EOWକୁ ଜଣାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+