Get Updates
Get notified of breaking news, exclusive insights, and must-see stories!

2000 ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲମ୍ବା ଲାଇନ୍, ଏ ଟଙ୍କା କାହାର ବୋଲି ପଚାରୁଛି EOW

ଭୁବନେଶ୍ୱର: 2000 ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲାଗିଛି ଲମ୍ବା ଲାଇନ୍ । ଗତ ତିନି ଦିନ ଧରି ଟଙ୍କା ବଦଳାଇବାକୁ ଲମ୍ବା ଲାଇନ୍ ରେ ଛିଡ଼ା ହେଉଛନ୍ତି ଲୋକ । ବଡ଼ ବଡ଼ିଆଙ୍କ ଟଙ୍କା ବଦଳାଇବାକୁ ମଜୁରୀ ନେଇ ଖରାରେ ଛିଡା ହେଉଛନ୍ତି ଦିନ ମଜୁରିଆ । ଏତେ ଟଙ୍କା କୁଆଡ଼ୁ ଆସିଲା, ଏ ଟଙ୍କା ସବୁ କାହାର ସେ ନେଇ ପ୍ରଶ୍ନ ଉଠିବା ପରେ ଚେତିଛି EOW ।

2000 rupees - rbi

ଭୁବନେଶ୍ୱର RBI ଆଗରେ ଲାଇନ୍ ରେ ଛିଡ଼ା ହୋଇଥିବା ଲୋକଙ୍କୁ ପଚରାଉଚୁରା କରୁଛି EOW ଟିମ୍ । ଏ ଟଙ୍କା ସବୁ କାହାର, କେଉଁଠୁ ଆସିଲା ଏତେ ଟଙ୍କା, ଏତେ ଦିନ ହେବ କାହିଁକି ଟଙ୍କା ବଦଳାଇନଥିଲେ, ଏ ଟଙ୍କା ବଦଳାଇବାକୁ ଅନ୍ୟ କେହି ଦେଇଛନ୍ତି କି ? ଟଙ୍କା ବଦଳାଇବାକୁ କିଛି ପାରିଶ୍ରମିକ ମିଳୁଛି କି ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କୁ ପଚାରୁଛି ଇଓଡବ୍ଲୁର 2 ଜଣିଆ ଟିମ୍ । ସନ୍ଦେହ ହେଉଥିବା ବ୍ୟକ୍ତିଙ୍କ ନାଁ ଠିକଣା ମଧ୍ୟ ଇଓଡବ୍ଲୁ ସଂଗ୍ରହ କରୁଥିବା ସୂଚନା ମିଳୁଛି । ସେମାନଙ୍କର ଆଧାରକାର୍ଡ ନମ୍ବହ ସହ ଫଟୋ ଉଠାଇ ନେଉଥିବା ଦେଖିବାକୁ ମିଳୁଛି । ପରବର୍ତ୍ତୀର୍ ସମୟରେ କିଛି ଲୋକଙ୍କୁ ଇଓଡବ୍ଲୁ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି ।

ହଠାତ୍ ଏତେ 2000 ଟଙ୍କିଆ ନୋଟ୍ କୁଆଡ଼ୁ ଆସିଲା ? ଟଙ୍କା ବଦଳାଇବାକୁ କାହିଁକି ଭିଡ ଲାଗିଲା ତାହାକୁ ନେଇ ସନ୍ଦେହ ଉପୁଜିଥିଲା । ପୋଲିସ ଓ EOW ନଜରରୁ ରକ୍ଷା ପାଇବା ପାଇଁ ଏବଂ କଳା ଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ କିଛି ଦଲାଲଙ୍କୁ ଧନୀ ଶ୍ରେଣୀର ଲୋକ ନିୟୋଜିତ କରିଥିବା ନେଇ ସନ୍ଦେହ ଉପୁଜିଛି । ବ୍ୟାଙ୍କରେ ଟଙ୍କା ବଦଳ କଲେ କାଳେ ଧରାପଡିଯିବେ, ସେହି ଭୟରେ ସମୟ ସରିଯିବା ପରେ ସିଧା ଆରବିଆଇ ଶାଖାରେ ଲୋକଙ୍କୁ ଲଗାଇ ନିଜ କଳା ଟଙ୍କାକୁ ଧଳା କରିବାରେ ଲାଗିପଡିଛନ୍ତି । କିନ୍ତୁ ଏ ଟଙ୍କା କାହାର ତାହା ସବୁଠୁ ବଡ ପ୍ରଶ୍ନ । କାହା ନିର୍ଦ୍ଦେଶରେ ଏମାନେ ଟଙ୍କା ବଦଳାଇବାକୁ ଲମ୍ବା ଧାଡିରେ ଛିଡା ହେଉଛନ୍ତି ସେ ବାବଦରେ ତନାଘନା ଆରମ୍ଭ କରିଛି ଇଓଡବ୍ଲୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+