କ୍ରିପ୍ଟୋ ସ୍କାମରେ ଇଓଡବ୍ଲୁ କୁ ବଡ଼ ସଫଳତା, କ୍ରିପ୍ଟୋ ପୋଞ୍ଜି ସ୍କାମ୍ର ମୁଖ୍ୟ ସନ୍ଦୀପ ଚୌଧୁରୀ ଗିରଫ
ଭୁବନେଶ୍ୱର: ଗିରଫ ହେଲେ କ୍ରିପ୍ଟୋ ପୋଞ୍ଜି ସ୍କାମ୍ର ମୁଖ୍ୟ । ଅନଲାଇନ୍ କ୍ରିପ୍ଟୋ ପୋଞ୍ଜି ସ୍କାମ୍ର ମୁଖ୍ୟ ସନ୍ଦୀପ ଚୌଧୁରୀ ଗିରଫ ହୋଇଥିବା ଜଣା ପଡିଛି । ସନ୍ଦୀପଙ୍କୁ ରାଜସ୍ଥାନ ଜୟପୁରରୁ ଇଓଡବ୍ଲୁ ଗିରଫ କରିଛି ।
ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନ'ର ମୁଖ୍ୟ ଭାବେ ଠକେଇ କରୁଥିଲେ ସନ୍ଦୀପ । ଦେଶ ଛାଡ଼ିବା ଆଶଙ୍କାରେ ଲୁକ୍ ଆଉଟ ସର୍କୁଲାର ଜାରି ହୋଇଥିଲା । ଦୁବାଇ ଫେରାର୍ ଯୋଜନା ବେଳେ ବିମାନବନ୍ଦରରେ ଧରିଛି ଇଓଡବ୍ଲୁ । ସୂଚନା ପାଇ ଓଡ଼ିଶା ଇଓଡବ୍ଲୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ।
କେବଳ ଓଡ଼ିଶାରେ 80 ହଜାର ଲୋକଙ୍କୁ ଠକିଥିବା ସୂଚନା ରହିଛି । ଉକ୍ତ ସ୍କାମ୍ରେ ସାରା ଦେଶରେ 2.5 ଲକ୍ଷ ମେମ୍ବର ଥିବା ସୂଚନା ରହିଛି । ରାଜସ୍ଥାନର ଜୟପୁରର ମୂଳ ବାସିନ୍ଦା ସନ୍ଦୀପ ଚୌଧୁରୀ(40)ଙ୍କୁ ଜୟପୁରର ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଇଓ ଡବଲୁ ତାଙ୍କୁ ରିମାଣ୍ଡରେ ଆଣିବା ଲାଗି କୋର୍ଟରେ ଆବେଦନ କରିଥିଲେ । ନ୍ୟାୟାଳୟ 5ଦିନିଆ ରିମାଣ୍ଡ ଲାଗି ଅନୁମତି ଦେଇଛନ୍ତି । ଏହାପରେ ସନ୍ଦୀପ ଚୌଧୁରୀଙ୍କୁ ଓଡ଼ିଶା ଅଣାଯାଇଥିଲା ଏବଂ କଟକ ଓପିଆଇଡିରେ ହାଜର କରାଯିବ ବୋଲି ସୂଚନା ମିଳିଛି ।

ତେଣେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱରରୁ ଓଡ଼ିଶା ୟେସ୍ ୱାର୍ଲ୍ଡର ଦୁଇ ସଦସ୍ୟ ବସନ୍ତ କୁମାର ପ୍ରଧାନ ଏବଂ ମନୋଜ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟଙ୍କୁ କଟକ ଓପିଆଇଡିରେ ହାଜର କରାଯିବ । ପୁରୀର ସ୍ବାଗତ କୁମାର ନାୟକଙ୍କ ଅଭିଯୋଗକ୍ରମେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ସନ୍ଦୀପ ଚୌଧୁରୀ, ବସନ୍ତ କୁମାର ପ୍ରଧାନ ଏବଂ ମନୋଜ କୁମାର ପଟ୍ଟନାୟକ ତାଙ୍କ ଠାରୁ 85 ହଜାର ଟଙ୍କା ଠକିନେଇଥିବାର ଅଭିଯୋଗ କରିଥିଲେ ।












Click it and Unblock the Notifications