ଚାକିରି ଦେବା ନାଁରେ ଲୋକଙ୍କୁ ଠକି ଗିରଫ ହେଲା ଧର୍ମପାଲ ସିଂହ
ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଏକ ବଡ଼ ଘଠଣାର ପର୍ଦ୍ଦାଫାସ୍ ହୋଇଛି । 17 ରାଜ୍ୟର ଲୋକଙ୍କୁ ଚାକିରି ଦେବା କହି ଠକିଥିବା ମାଷ୍ଟରମାଇଣ୍ଡ ଧର୍ମପାଲ୍ ସିଂହ ଗିରଫ ହୋଇଛି ।

ଭୁବନେଶ୍ୱର: ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଏକ ବଡ଼ ଘଠଣାର ପର୍ଦ୍ଦାଫାସ୍ ହୋଇଛି । 17 ରାଜ୍ୟର ଲୋକଙ୍କୁ ଚାକିରି ଦେବା କହି ଠକିଥିବା ମାଷ୍ଟରମାଇଣ୍ଡ ଧର୍ମପାଲ୍ ସିଂହ ଗିରଫ ହୋଇଛି । ଠକ ଧର୍ମପାଲ୍ ସିଂହକୁ ବିହାରରୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ।
ନକଲି ୱେବସାଇଟ୍ ପ୍ରସ୍ତୁତ କରି ସରକାରୀ ଚାକିରିର ବିଜ୍ଞାପନ ଦେଇ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାଁରେ ଲୋକଙ୍କୁ ଠକୁଥିଲା । ଏପରିକି ଓଡ଼ିଶାର ଅଗ୍ରଣୀ ଖବରକାଗଜ ଯଥା ଧରିତ୍ରୀ, ସମାଜ ସହ ଅନ୍ୟ ରାଜ୍ୟର ଖବରକାଗଜରେ ମଧ୍ୟ ଚାକିରି ନେଇ ବିଜ୍ଞାପନ ଦେଉଥିଲା ଧର୍ମପାଲ୍ ସିଂହ । ଖାଲି ସେତିକି ନୁହେଁ, ଚାକିରି ପାଇଁ ଲୋକେ ଆବେଦନ କରିବା ପରେ ଅନଲାଇନ ପରୀକ୍ଷା ଓ ଇଣ୍ଟରଭ୍ୟୁ ମଧ୍ୟ କରାଉଥିଲା । ବିଭିନ୍ନ ପରୀକ୍ଷା ପାଇଁ ୱେବସାଇଟ୍ ରେ ସିଲାବସ ମଧ୍ୟ ଦେଉଥିଲା । ଏଭଳିକି ଚାକିରି ନାଁରେ ଠକୁଥିବା ସଂସ୍ଥାଠୁ ଦୁରେଇ ରହିବା ପାଇଁ ମଧ୍ୟ ଏହି ୱେବସାଇଟ୍ ଜରିଆରେ ପିଲାଙ୍କୁ ସତର୍କ କରାଯାଉଥିଲା ।
ଆପ୍ଲିକେସନ ଫି ବାବଦକୁ ଲକ୍ଷ ଲକ୍ଷ ପିଲାଙ୍କଠୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲା ଏହି ଠକ । ଦୀର୍ଘଦିନର ପରିଶ୍ରମ ପରେ ଏହି ଠକ ଧର୍ମପାଲ୍ ସିଂହକୁ ଗିରଫ କରିବାରେ ସକ୍ଷମ ହୋଇଛି ଓଡ଼ିଶା ଇଓଡବ୍ଲୁ । ବିହାରରୁ ଗିରଫ କରାଯିବା ପରେ ଧର୍ମପାଲ୍ ସିଂହକୁ 5 ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଠକେଇ କରୁଥିବା ଏହି ୱେବସାଇଟରେ ଲେଖା ଥିଲା ଚାକିରି ଠକେଇ ପ୍ରତି ସାବଧାନ ରୁହନ୍ତୁ । 2020 ମସିହାରୁ ଓଡ଼ିଶା ସହ ଦେଶର 17 ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରାଖଣ୍ଡ, ରାଜସ୍ଥାନ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ଆସାମା, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, କେରଳ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ପଞ୍ଜାବ ଓ ହରିୟାଣା ଆଦି ରାଜ୍ୟରେ ସଂସ୍ଥା ଚାକିରୀ ଯୋଗାଇ ଦେବା ନାଁରେ ଠକେଇ କରୁଥିଲା । କେବଳ ଚାକିରି ନୁହେଁ ସଂସ୍ଥା ଜାଲ୍ ସ୍କଲାରସିପ୍ ପରୀକ୍ଷା ମଧ୍ୟ କରୁଥିବା ତଦନ୍ତ ବେଳେ ଜଣା ପଡ଼ିଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications