ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ପାଉଛି ବଡ଼ଦାଣ୍ଡ, ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାରୁ ହଟିଲା ଉଠାଦୋକାନ
ପୁରୀ: ବଡ଼ଦାଣ୍ଡ ହେଉଛି ଟ୍ରାଫିକ୍ ମୁକ୍ତ । ଉଛେଦ ହେଉଛି ଜବରଦଖଲ । ବଡଦାଣ୍ଡ ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାରୁ ହଟିଛି ଉଠାଦୋକାନ । ଉଠାଦୋକାନ ମୁକ୍ତ ହେବା ପରେ ବଡ଼ଦାଣ୍ଡର ରୂପ ବଦଳିଛି । ଶ୍ରୀମନ୍ଦିର ସିଂହଦ୍ବାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ 100 ଫୁଟ ଓସାରର ରାସ୍ତା ଫିଟିଛି ।

ଭକ୍ତଙ୍କ ଯାତାୟତକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଉଠାଦୋକାନୀ ମୁକ୍ତ କରାଯାଇଥିଲା । ପରେ ମାର୍କେଟ ଛକରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ହଟାଯାଇଛି । କିଛି ଦୋକାନୀ ପୂର୍ବରୁ ଉଠିଯାଇଥିବା ବେଳେ ଯେଉଁମାନେ ହଟିନଥିଲେ ସେମାନଙ୍କ ପୌର ପ୍ରଶାସନ ପକ୍ଷରୁ ହଟାଯାଇଛି ।
ଶ୍ରୀଗୁଣ୍ଡିଚା ମନ୍ଦିର ପାର୍ଶ୍ବରେ ବଡ଼ଦାଣ୍ଡ ସାମାନ୍ୟ ଅଧିକ ଓସାର । କିନ୍ତୁ ଉଠାଦୋକାନୀମାନେ ରାସ୍ତାକୁ ମାଡ଼ି ବେପାର କରୁଥିବାରୁ ଏହି ପ୍ରଶସ୍ତ ବଡ଼ଦାଣ୍ଡରେ ମାତ୍ର 10-15 ଫୁଟ ରାସ୍ତା ଯାତାୟତ ପାଇଁ ମିଳୁଥିଲା । ବଡ଼ଦାଣ୍ଡର ଦୁଇପାର୍ଶ୍ବରେ ଧଳା ଗାର ଥିଲେ ବି ଏହାକୁ ଡେଇଁ ଉଠାଦୋକାନୀମାନେ ବେପାର କରୁଥିଲେ । ଅଟୋଚାଳକ ବି ଏକାଧିକ ଧାଡ଼ିରେ ବଡ଼ଦାଣ୍ଡରେ ରହି ଗମନାଗମନ ରାସ୍ତାକୁ ଅବରୋଧ କରୁଥିଲେ ।
ମାର୍କେଟ୍ ଛକରୁ ସବୁ ଉଠାଦୋକାନୀଙ୍କୁ ହଟାଇ ଦିଆଯାଇଛି। ଏଥିସହ ରାସ୍ତା ଅବରୋଧକାରୀ ଗାଡ଼ିଚାଳକଙ୍କୁ ବି ହଟାଯାଇଛି । ଏବେ ଟ୍ରାଫିକ୍ ଯନ୍ତ୍ରଣାରୁ ପର୍ଯ୍ୟଟକଙ୍କୁ ମୁକ୍ତି ମିଳିଛି ।












Click it and Unblock the Notifications