ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ, ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ଲେଖିକା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ଗତକାଲି ନୂଆଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳେକୁ 80 ବର୍ଷ ବୟସ ହୋଇଥିଲା । ଶେଷ ଦର୍ଶନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ ବୋଲି ସୂଚନା ମିଳିଛି ।

gita mehta

ପ୍ରବାଦ ପୁରୁଷ ବିଜୁବାବୁଙ୍କ ଏକମାତ୍ର ଝିଅ ଥିଲେ ଗୀତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖିକା ଭାଡରେ ପ୍ରସିଦ୍ଧ ଲାଭ କରିଥିଲେ । ଜଣେ ସାମ୍ବାଦିକ ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଥିଲେ । ଖ୍ୟାତିସମ୍ପନ୍ନ ଲେଖକ ସୋନି ମହେଟ୍ଟାଙ୍କ ପତ୍ନୀ ଥିଲେ ଗୀତା । 1943 ମସିହାରେ ନୂଆଦିଲ୍ଲୀରେ ଜନ୍ମିତ ଗୀତା ଆମେରିକାର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ପାଠ ପଢା ପରେ ସାମ୍ବାଦିକତା ଓ ଲେଖିକା ଭାବରେ ବୃତ୍ତିଗତ ଜୀବନକୁ ପାଥେୟ କରିଥିଲେ ।

ଆମେରିକାର ପ୍ରସିଦ୍ଧ ସମ୍ବାଦ ସଂସ୍ଥା ପାଇଁ ଯୁଦ୍ଧ ସାମ୍ବାଦିକ ଭାବରେ କାର୍ଯ୍ଯ କରିଥିଲେ ଗୀତା। ଇଂରାଜୀ ଭାଷାରେ ଏକାଧିକ ପୁସ୍ତକ ଲେଖି ଦେଶ ପାଇଁ ସୁନାମ ଆଣିଥିଲେ ଗୀତା ମେହେଟ୍ଟା ।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+