ସ୍କୁଲ ହତାରେ ଦନ୍ତା ଆତଙ୍କ, ଘରୁ ନ ବାହାରିବା ପାଇଁ ବନବିଭାଗ ପକ୍ଷରୁ ନିବେଦନ
ବାରିପଦା: ସ୍କୁଲରେ ପଶିଲା ଦନ୍ତା । ବାରିପଦାର ଏମକେସି ହାଇସ୍କୁଲ ପରିସରରେ ଦନ୍ତା ହାତୀ ପଶି ଆତଙ୍କ ଖେଳାଇଛି । ଲୋକଙ୍କୁ ଗୋଡ଼ାଇବା ସହ ରାସ୍ତାରେ ଦୌଡ଼ୁଛି । ଫଳରେ ସ୍ଥାନୀୟ ଲୋକ ସ୍କୁଲ କ୍ୟାମ୍ପସରେ ଥିବା ହଷ୍ଟେଲ ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଉଭୟ ବନ ବିଭାଗ ଏବଂ ପୋଲିସ ପ୍ରଶାସନ ସେଠାରେ ପହଞ୍ଚି ହାତୀଟିକୁ ବାହାରକୁ ଆଣିବାକୁ ଉଦ୍ୟମ କରିଥିଲା । ଗତ କାଲି ରାତିରେ ବାରିପଦା ସହରରେ ଏକ ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। । ଏ ଗଳିରୁ ସେ ଗଳି ବୁଲି ବନ ବିଭାଗକୁ କରୁଛି ନାକେଦମ୍ । ବନ ବିଭାଗ ହାତୀଟି ଟ୍ରାଙ୍କୁଲାଇଜ କରିବା କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ ।
ଏହି ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କୁ ଘରୁ ନ ବାହାରିବା ପାଇଁ ବନବିଭାଗ ପକ୍ଷରୁ ନିବେଦନ କରାଯାଇଛି । ହାତୀ ସ୍କୁଲ କ୍ୟାମ୍ପସରୁ ବାହାରି ଵାରିପଦା ସହର ଭିତରେ ପଶୁଥିବା ବେଳେ ବନବିଭାଗ ବୁଢାବଳଙ୍ଗ ନଦୀ ଆଡ଼କୁ ହାତୀକୁ ଘଉଡାଇ ଦେଇଛି । ହାତୀକୁ ଶିମିଳିପାଳ ଜଙ୍ଗଲକୁ ଯିବା ରାସ୍ତାକୁ ନେବାକୁ ପ୍ରୟାସ କରାଯାଉଛି ।
ବନ ବିଭାଗ ପକ୍ଷରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ହାତୀଟିକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହୋଇଥିଲେ । ପରେ ହାତୀଟି ସ୍କୁଲ ପରିସରରୁ ବାହାରି ଆସି ରାସ୍ତାରେ ଦୌଡ଼ିବାରେ ଲାଗିଛି । ଦନ୍ତାକୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି । ଅନ୍ୟପକ୍ଷରେ କୌଣସି ଅଘଟଣ ନ ଘଟିବା ପାଇଁ ଲୋକମାନଙ୍କୁ ଘରେ ରହିବା ପାଇଁ ମାଇକ ଦ୍ୱାରା ପୁଲିସ ସଚେତନ କରୁଛି ।
କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟରୁ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ବାହାରକୁ ଚାଲି ଆସିଥଲା । ସେଥିରୁ ଗୋଟିଏ ଦନ୍ତାହାତୀ ଅଲଗା ହୋଇ ସହର ଭିତରକୁ ପଶି ଆସିଛି । ବିଳମ୍ବିତ ରାତିରେ ଏହି ହାତୀଟି ଏମକେସି ହାଇସ୍କୁଲର ପାଚେରି ଭାଙ୍ଗି ପଶିଯାଇଥିଲା ।












Click it and Unblock the Notifications