Get Updates
Get notified of breaking news, exclusive insights, and must-see stories!

ବଢିଲା ଜିତୁ ପଟ୍ଟନାୟକଙ୍କ ଅଡ଼ୁଆ, ବେଆଇନ ଖଣି ଓ ଅର୍ଥ ହେରଫେର ନେଇ ଚାର୍ଜସିଟ୍ ଦାଖଲ କଲା ଇଡି

କେନ୍ଦୁଝର: ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ବଢିଲା ଅଡ଼ୁଆ । ବେଆଇନ ଖଣି ଓ ଅର୍ଥ ହେରଫେର ମାମଲାରେ ଚାର୍ଜସିଟ୍ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ବେଆଇନ୍ ଖଣି କାରବାର ଓ ଅର୍ଥ ହେରଫେର ମାମଲାରେ ସଂପୃକ୍ତି ନେଇ ପାର୍ଟନରସିପ୍ ଫାର୍ମ ମେସର୍ସ ବିଡି ପଟ୍ଟନାୟକ ବିରୋଧରେ ମଧ୍ୟ ବେଆଇନ୍ ଅର୍ଥ ନେଣଦେଣ ଆଇନ ଅଧୀନରେ ଅଭିଯୋଗ ଦାଏର ହୋଇଛି । ଗତବର୍ଷ ଜିତୁ ପଟ୍ଟନାୟକଙ୍କ ଘରୁ 133 କୋଟିର ସମ୍ପତ୍ତି ଜବତ କରିଥିଲା ଇଡି ।

Jitu patnaik

ଖୋର୍ଦ୍ଧା ଜିଲ୍ଲା ଓ ସେସନସ ଜଜ୍ କୋର୍ଟ ତଥା ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଇଡି । ତଦନ୍ତ ଆଧାରରେ ଉଭୟ ଜିତୁ ପଟ୍ଟନାୟକ ଓ ପାର୍ଟନରସିପ୍ ଫାର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନ କରିଛି । ଏହାସହିତ ପୂର୍ବରୁ ଜବତ ହୋଇଥିବା 133.87 କୋଟି ଟଙ୍କା ସମ୍ପତ୍ତିକୁ ବ୍ୟାଜ୍ୟାପ୍ତି କରିବାକୁ ମଧ୍ୟ ଇଡି ତା'ର ଆବେଦନରେ ଦର୍ଶାଇଛି ।

ଇଡି ତଦନ୍ତବେଳେ ଜାଣିବାକୁ ପାଇଛି ଯେ, ମେସର୍ସ ବିଡି ପଟ୍ଟନାୟକ ଫାର୍ମ ବେଆଇନ ଖଣି କାରବାରରେ ସମ୍ପୃକ୍ତ ଥିଲା । କମ୍ପାନୀ ପାଖରେ ରାଜ୍ୟ ସରକାରଙ୍କ ବୈଧ ଖଣି ଲିଜ୍ ଓ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଆବଶ୍ୟକ ଅନୁମୋଦନ ନଥାଇ ମଧ୍ୟ ଏହି କମ୍ପାନୀ ଖଣି ଖନନ କାର୍ଯ୍ୟ କରିଥିଲା ।ଯେଉଁଥିପାଇଁ 1989 ରୁ 2009 ମସିହା ମଧ୍ୟରେ ରାଜ୍ୟ ରାଜକୋଷକୁ 130.39 କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା । ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଏହି ଅର୍ଥକୁ ନିଜ ତଥା ପରିବାରର ଅନ୍ୟ ବ୍ୟବସାୟରେ ବିନିଯୋଗ କରିଥିବା ଜଣାପଡ଼ିଛି । ବେଆଇନ ଖଣି ଖନନକୁ ନେଇ ରାଜ୍ୟ ଭିଜିଲାନ୍ସର ମାମଲାକୁ ଆଧାର କରି ଇଡି ଏହି ମାମଲାର ତଦନ୍ତ କରୁଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+