କୋରାପୁଟ ଜିଲ୍ଲାରେ ଭୂ କମ୍ପ ଝଟକା
କୋରାପୁଟ ଜିଲ୍ଲାରେ ଭୂ କମ୍ପ ଅନୁଭୂତ ହୋଇଛି । ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁରରେ ଏହି ମୃଦୁ ଭୂକମ୍ପ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ଭୋର 5.5 ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଛି ।

ଭୁବବନେଶ୍ୱର : କୋରାପୁଟ ଜିଲ୍ଲାରେ ଭୂ କମ୍ପ ଅନୁଭୂତ ହୋଇଛି । ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁରରେ ଏହି ମୃଦୁ ଭୂକମ୍ପ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ଭୋର 5.5 ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଛି ।
ଭୂ କମ୍ପ ଅନୁବୂତ ହେବା କ୍ଷଣି ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ଜଗଦଳପୁରଠାରୁ 129 କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.8 ମାଗ୍ନିଚ୍ୟୁଡ୍ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।












Click it and Unblock the Notifications