ଆପଣଙ୍କ ଗାଡ଼ିରେ କଟିଛି କି ଚାଲାଣ ? ଏମିତି ଚେକ୍ କରନ୍ତୁ...
ରାସ୍ତାରେ ଗାଡ଼ି ପରିମାଣ ଯେତେ ବଢୁଛି ଟ୍ରାଫିକ୍ ନିୟମ ମଧ୍ୟ ସେହି ତୁଳନାରେ କଡ଼ାକଡ଼ି ହେଉଛି । ଚାଳକଙ୍କ ସୁବିଧା ଓ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଟ୍ରାଫିକ୍ ପୋଲିସ୍ ପକ୍ଷରୁ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ କିଛି ଅମାନିଆ ନିୟମ ଉଲଙ୍ଘନ କରୁଛନ୍ତି । ଫଳରେ ଅନେକ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଛି ।

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଚାଲାଣ କାଟୁଛି ଟ୍ରାଫିକ୍ ପୋଲିସ୍ । ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ଗାଡ଼ିର ଚାଲାଣ କରିବା ସହ ଜରିମାନା ଆଦାୟ କରାଯାଉଛି । ଏହା ସହ ହେଲମେଟ୍ ନ ପିନ୍ଧିବା, ଗାଡ଼ିର ବୀମା, ପଲ୍ୟୁସନ୍ ସାର୍ଟିଫିକେଟ୍, ଫିଟନେସ୍ ଆଦି ନଥିଲେ ମଧ୍ୟ ଚାଲାଣ କଟୁଛି । ଏ ନେଇ ଜାତୀୟ ରାଜପଥ ଏବଂ ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇ ଇ-ଚାଲାଣ ମଧ୍ୟ କଟାଯାଉଛି ।
ଆପଣ ରାସ୍ତାରେ ଗାଡ଼ି ନେଇ ଯାଉଥିବା ବେଳେ କୌଣସି ନିୟମ ଉଲଙ୍ଘନ କଲେ ଆପଣଙ୍କ ଅଜାଣତରେ ଏହି ଇ-ଚାଲାଣ କଟିଯାଇଥିବ ଏବଂ ଏ ନେଇ ଆପଣ ଅବଗତ ନଥିବେ । ତେବେ ଏହି ଇ-ଚାଲାଣ ନ ଭରିଲେ ଆପଣଙ୍କୁ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ତେବେ ଆସନ୍ତୁ ଜାଣିବା କେମିତି ଏବଂ କିପରି ଆପଣଙ୍କ ଇ-ଚାଲାଣ
ଜାଣି ରଖନ୍ତୁ ଆପଣଙ୍କ ଗାଡ଼ିରେ ଇ-ଚାଲାଣ କଟିବା ପରେ ଆପଣଙ୍କ ମୋବାଇଲକୁ SMS ଆସିଥାଏ । ଯଦି ଆପଣ ଏହି sms ପାଇନାହାଁନ୍ତି କିମ୍ବା ଦେଖି ନାହାଁନ୍ତି ତେବେ ଏହି ଉପାୟରେ ଇ-ଚାଲାଣ ବିଷୟରେ ଜାଣିପାରିବେ ।
- ପ୍ରଥମେ https://echallan.parivahan.gov.in କୁ ଲଗ୍ ଇନ କରନ୍ତୁ
- ଏହା ପରେ Get Challan Detailsରେ କ୍ଲିକ୍ କରନ୍ତୁ
- ଏହାପରେ ଆପଣଙ୍କ ଗାଡ଼ିର ସବିଶେଷ ବିବରଣୀ ରେଜିଷ୍ଟ୍ରେସନ ନମ୍ବର, ଚେସିସ ନମ୍ବର ଓ ଇଂଜିନ ନମ୍ବର ଦିଅନ୍ତୁ ।
- ସବୁ ବିବରଣୀ ଦେବାପରେ Challan Detailsରେ ଚେକ୍ କରନ୍ତୁ
- ରେଜିଷ୍ଟ୍ରେସନ ନମ୍ବର, ଚେସିସ ନମ୍ବର ଓ ଇଂଜିନ ନମ୍ବର ଦେବପରେ ଆପଣଙ୍କୁ ଭେରିଫିକେସନ୍ କୋଡ୍ ଓ ଶେଷରେ Get Detailsକୁ କ୍ଲିକ୍ କରନ୍ତୁ ।
- ଏହାର ପରବର୍ତ୍ତୀ ପେଜ୍ରେ ଇ-ଚାଲାଣ ସମ୍ପର୍କରେ ଦେଖାଇବ ।
ଆପଣ ଚାହିଁଲେ ବକେୟା ଚାଲାଣ ମଧ୍ୟ ଦେଖିପାରିବେ । ଯଦି ଆପଣଙ୍କ ବକେୟା ଚାଲାଣ ରହିଥାଏ, ତେବେ ଚେକ୍ କରିପାରିବେ । କେବଳ ସେତିକି ନୁହେଁ, କେଉଁ ସ୍ଥାନରେ କି ପ୍ରକାରର ଉଲ୍ଲଘନ କରିଛନ୍ତି ତାହା ମଧ୍ୟ ଦର୍ଶାଇବ । ଏହାର ଫଟୋ ପ୍ରମାଣ ମଧ୍ୟ ଆପଣ ଡିସ୍ପ୍ଲେରେ ଦେଖିପାରିବେ ।
ଇ-ଚାଲାଣ ପେମେଣ୍ଟ କେମିତି କରିବେ
ଚାଲାଣ କଟିଥିଲେ ଏହି ପୋର୍ଟାଲରେ ଆପଣ ପେମେଣ୍ଟ କରିପାରିବେ । Pay Nowକୁ କ୍ଲିକ୍ କରି ଅନ୍ଲାଇନ୍ରେ ପେମେଣ୍ଟ କରିପାରିବେ ।












Click it and Unblock the Notifications