Get Updates
Get notified of breaking news, exclusive insights, and must-see stories!

କାହିଁକି ପାଳନ ହୁଏ ନବରାତ୍ରୀ ଓ ଦୁର୍ଗାପୂଜା....

ଆଉ ଦିନ କେଇଟା ପରେ ଧରାବତରଣ ହେବେ ମା ଦୁର୍ଗା । ଏହା ପୂର୍ବରୁ ଶରତ ଆଗମନରେ କାଶତଣ୍ଡୀ ଫୁଲ ମା'ଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଗଲେଣି । ଏହି ସମୟକୁ ସାରା ଦେଶବାସୀ କାହିଁ କେତେ ଉଲ୍ଲାସର ସହ ଅପେକ୍ଷା କରିଥାନ୍ତି । ମା'ଙ୍କୁ ପୂଜା କରିବା ସହ ଆଶିଷ ଲାଭ କରିବା ପାଇଁ ବର୍ଷେ ଧରି ଅପେକ୍ଷା କରିଥାନ୍ତି ଭକ୍ତଗଣ ।

dussehra 2023

ମା' ଦୁର୍ଗାଙ୍କ ଏହି ଧରାବତରଣ ସମୟରେ ପାପର ସଂହାର କରିବେ । 9 ଦିନ ଧରି ପୂଜା ପାଇବେ ମହାମାୟା । ଏହି 9 ଦିନକୁ ମହାନବରାତ୍ରୀ ଭାବେ ପାଳନ କରାଯାଏ । କିନ୍ତୁ ଆପଣ ଜାଣନ୍ତିୁ କି, ବର୍ଷରେ ଦୁର୍ଗାପୂଜା ପର୍ବ 4 ଥର ପଡ଼ିଥାଏ । ହେଲେ ଆଶ୍ୱିନମାସର ଶୁକ୍ଳପକ୍ଷରେ ପଡ଼ୁଥିବା ନବରାତ୍ରୀ ବା ଦୁର୍ଗାପୂଜାକୁ ବେଶ୍‌ ଧୂମଧାମ୍‌ରେ ପାଳନ କରାଯାଏ । ଏହି 9 ଦିନ ମହାମାୟାଙ୍କ 9ଟି ସ୍ୱରୂପର ପୂଜାର୍ଚ୍ଚନା କରାଯାଏ ।

ତେବେ କାହିଁକି ଏହି ସମୟରେ ସାରା ଭାରତରେ ଦୁର୍ଗାପୂଜା ଧୂମ୍‌ଧାମ୍‌ରେ ପାଳନ କରାଯାଏ ? ଏହି ମହାପର୍ବ ପଛରେ କ'ଣ ରହିଛି ଇତିହାସ ?

ହିନ୍ଦୁମାନଙ୍କର ସବୁଠୁ ବଡ଼ ପର୍ବ ହେଉଛି ଦଶହରା ବା ଦୁର୍ଗାପୂଜା । ଭାରତର ପ୍ରାୟ ସବୁ କୋଣରେ ଏହି ପୂଜା ଭିନ୍ନ ଭିନ୍ନ ଢଙ୍ଗରେ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ଏହି ପୂଜା ପଛରେ ଅନେକ ପୌରାଣିକ କାହାଣୀର ପ୍ରଚଳନ ରହିଛି ।

କୁହାଯାଏ ସର୍ବପ୍ରଥମେ ଭଗବାନ ଶ୍ରୀରାମ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ କରିଥିଲେ । ସେ ଲଙ୍କାର ରାଜା ରାବଣଙ୍କ ଉପରେ ବିଜୟଲାଭ କରିବା କାମନାରେ ଲଙ୍କାର ସମୁଦ୍ର କୂଳରେ ଏହି ପୂଜା କରିଥିଲେ । ଲଗାତାର 9 ଦିନ ପର୍ଯ୍ୟନ୍ତ ପୂଜା ମା'ଙ୍କର ଉପାସନା କରିବା ପରେ ଦଶମୀ ଦିନ ସେ ଲଙ୍କା ବିଜୟ ପାଇଁ ପ୍ରସ୍ଥାନ କରିଥିଲେ । ଯାହାପରେ ରାବଣ ସହ ଭୟଙ୍କର ଯୁଦ୍ଧ ହୋଇଥିଲା ଓ ଶେଷରେ ପ୍ରଭୁ ଶ୍ରୀରାମଙ୍କର ବିଜୟ ହୋଇଥିଲା । ବାସ୍‌ ସେବେଠୁ ଅସତ୍ୟ ଓ ଅଧର୍ମ ଉପରେ ଧର୍ମ ଓ ସତ୍ୟର ଜୟର ପର୍ବ ଦଶହରା ପାଳନ କରାଯାଏ ଓ ଦଶହରାର ପୂର୍ବ 9 ଦିନକୁ ନବରାତ୍ରୀ ଭାବେ ପାଳନ କରାଯାଏ। । ଦଶହରାରେ ପ୍ରଭୁ ଶ୍ରୀରାମ ରାବଣର ବଦ୍ଧ କରିଥିବାରୁ ଅନେକ ସ୍ଥାନରେ ଏହିଦିନ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+