ଚାନ୍ଦି ମେଢ଼ କ୍ଲବରେ ସାମିଲ ହେଲା ଆଉ 4 ପୂଜା କମିଟି

କଟକ: ଦୂର୍ଗପୂଜା ଯେତେ ପାଖେଇ ଆସୁଛି ସେତେ ଚଳ ଚଞ୍ଚଳ ହୋଇ ଉଠୁଛି ସିଲଭର ସିଟି କଟକ । ବିଶେଷ କରି ତାରକସି କାମରେ ଲାଗିଥିବା କାରିଗରଙ୍କ ହାତକୁ ନାହିଁ ଫୁରସତ । କେଉଁଠି ମା'ଙ୍କ ପାଇଁ ନୂଆ ମେଢ ପ୍ରସ୍ତୁତିରେ ତ ଆଉ କେଉଁଠି ପୁରୁଣା ଚାନ୍ଦି ମେଢକୁ ସଫା କରି ଚମକାଇବାରେ ଲାଗି ପଡ଼ିଛନ୍ତି କାରିଗର ।

durga puja

କଟକ ସହରରେ ଚାନ୍ଦି ମେଢ କ୍ଲବରେ ଏଥର ସାମିଲ ହେଉଛନ୍ତି ଆଉ 4 ପୂଜା କମିଟି । କଟକର ମହମ୍ମଦିଆ ବଜାର ପୂଜା କମିଟି ତିଆରି କରୁଛି ଏହାର ପ୍ରଥମ ଚାନ୍ଦି ମେଢ଼ । ପୂଜା ପାଇଁ ଆଉ ମାତ୍ର ଏକ ମାସରୁ କମ୍ ସମୟ ଥିବାରୁ ଚାନ୍ଦି ମେଢ଼ ନିର୍ମାଣର ପ୍ରସ୍ତୁତି ଜୋରଦାର ଜାରି ରହିଛି । ରୂପା ତାରକସି ଆଉ ଏକ ଝଲକ ଦେଖାଇବା ପାଇଁ ପ୍ରସ୍ତୁତ ଥିବା କଥା କହିଛନ୍ତି ପୂଜା କମିଟି ର ସଦସ୍ୟ ।

ପୂର୍ବରୁ 28 ପୂଜା କମିଟିରେ ଚାନ୍ଦି ମେଢରେ ମା ଦୁର୍ଗା ପୂଜା ପାଉଥିବା ବେଳେ ଏଥର ଏହାର ସଂଖ୍ୟା 32 ରେ ପହଞ୍ଚିଛି । ଏହି ନୂଆ ଚାନ୍ଦି ମେଢ଼ ମଧ୍ୟରେ ସାମିଲ ଅଛି ମହମ୍ମଦିଆ ବଜାର ପୂଜା କମିଟି । ପ୍ରଥମ ଥର ପାଇଁ ଚାନ୍ଦି ମେଢ଼ ନିର୍ମାଣ କରିଛନ୍ତି ଏହି ପୂଜା କମିଟି ।

ମହମ୍ମଦିଆ ପୂଜା କମିଟି ଦେଢ଼ କ୍ୱିଇଣ୍ଟାଲର ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛି । ଏହାକୁ ସଂପୂର୍ଣ୍ଣ ଫିଟିଂ କରିବା ପାଇଁ ପାଖାପାଖି ଦେଢ଼ କୋଟି ଟଙ୍କାର ଖର୍ଚ୍ଚ ହୋଇଥିବା କଥା କହିଛନ୍ତି ପୂଜା କମିଟିର ମୁରବି । ଯେହେତୁ କଟକ ଦଶହରା ନାଁ ଆସିଲେ ଚାନ୍ଦି ମେଢ଼ର କଥା ପ୍ରଥମେ ଆସିଥାଏ ତେଣୁ ଏହାକୁ ଦୃଷ୍ଟି ରେ ରଖି ମହମ୍ମଦିଆ ବଜାର ପୂଜା କମିଟି ପକ୍ଷରୁ 2016 ମସିହାରୁ ଚାନ୍ଦି ମେଢ଼ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କୋଭିଡ ଦୁଇବର୍ଷରେ ଟିକେ ମେଢ଼ ତିଆରି ପ୍ରକ୍ରିୟାରେ ବାଧା ହୋଇଥିଲା । କିନ୍ତୁ ଚଳିତ ବର୍ଷ ସଂପୂର୍ଣ୍ଣ ନିର୍ମାଣ କରାଯାଇଛି ।

ପୂର୍ବରୁ ଜରି ମେଢ଼ରେ ମାଆ ପୂଜା ପାଉଥିବା ବେଳେ ଚଳିତବର୍ଷ ଚାନ୍ଦି ମେଢ଼ରେ ପୂଜା ପାଇବେ । ସେହିଭଳି ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଥିବା ବେଳେ ନବ ନିର୍ମିତ ମେଢର ଚାନ୍ଦି ଅଂଶ ସଫେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି । କଟକରେ ଅନ୍ୟ ଚାନ୍ଦି ମେଢ଼ ଭଳି ମହମ୍ମଦିଆ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ମୁଖ୍ୟ ଚାନ୍ଦି କାରିଗର କହିଛନ୍ତି ।

ଅନ୍ୟପଟେ ପୂଜା ପାଇଁ ମାଆଙ୍କ ମୃଣ୍ମୟମୂର୍ତ୍ତି ପାଇଁ ନଡ଼ା ବନ୍ଧା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ଯାଇଛି । ମୂର୍ତ୍ତି କାରିଗର ମାନେ ଏହାକୁ ନିର୍ମାଣ କରିବାରେ ଲାଗି ପଡିଛନ୍ତି । ପୂର୍ବରୁ ଉତ୍ତର ମହମ୍ମଦିଆ ବଜାର ଓ ଦକ୍ଷିଣ ମହମ୍ମଦିଆ ବଜାର ପୂଜା କମିଟିରେ ହରପାର୍ବତୀ ପୂଜା ପାଉଥିବା ବେଳେ ପରେ ଦୁଇଟି ସାହି ଏକାଠି ହେବା ପରେ ମା ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା । ଯେହେତୁ ଏହି ସାହିରେ ସୁନା କାରିଗର ମାନଙ୍କର ସଂଖ୍ୟା ଅଧିକ ରହିଛି, ତେଣୁ ଚାନ୍ଦି ମେଢ଼ ତିଆରି କରିବା ପାଇଁ ପୂର୍ବରୁ ପରିକଳ୍ପନା କରାଯାଇଥିଲା ବୋଲି କହିଛନ୍ତି ସାହିର ଅଧିକାରୀ ଓ ଯୁବକ ସଂଘର ସଦସ୍ୟ । ଆସନ୍ତା ଅକ୍ଟୋବର ମାସ 18 ତାରିଖରେ ମହମ୍ମଦିଆ ବଜାର ପୂଜା କମିଟି ନବ ନିର୍ମିତ ଚାନ୍ଦି ମେଢ଼ର ଶୁଭ ଉଦ୍‌ଘାଟନ କରିବା ନେଇ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+