ପୀଠେ ନବମୀ, ମଣ୍ଡପରେ ଅଷ୍ଟମୀ... ମା'ଙ୍କ ଆବାହନରେ କମ୍ପୁଛି ଧରା
ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା' ଦୁର୍ଗା । ମା'ଙ୍କ ପୂଜାର୍ଚ୍ଚନାରେ କମ୍ପୁଛି ଧରାପୃଷ୍ଠ । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହାଷ୍ଟମୀ ପୂଜା । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପ ଗୁଡିକରେ ମହିଳା ମାନଙ୍କର ଭିଡ ଦେଖିବାକୁ ମିଳିଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ଆଜି ମଣ୍ଡପରେ ମହାଷ୍ଟମୀ ପୂଜା କରାଯାଉଥିବାବେଳେ ଶକ୍ତିପୀଠରେ ଚାଲିଛି ମାଆଙ୍କର ନବମୀ ପୂଜା । ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ରାଜ୍ୟର ଅନେକ ପୂଜା ମଣ୍ଡପ ।
ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ । ମା'ଙ୍କୁ ମଧ୍ୟ ସାଜସଜ୍ଜା କରି ପୂଜର୍ଚ୍ଚନା କରାଯାଉଛି । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।
ଐତିହାସିକ ସହର କଟକରେ ଦଶହରା ଭିଡ଼ ବଢିବାରେ ଲାଗିଛି । ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ କରାଯାଇଛି । ସୁନା ଚାନ୍ଦିରେ ଝଟକୁଛନ୍ତି ମା' ଦଶଭୁଜା । କମନୀୟ ରୂପ ଲାବଣ୍ୟରେ ଝଟକୁଥିବା ମାଆଙ୍କ ଦର୍ଶନ ଲାଗି ମଣ୍ଡପଗୁଡ଼ିକୁ ଧିରେ ଧିରେ ଆରମ୍ଭ ହୋଇଥିଲା ଭକ୍ତଙ୍କ ଗହଳି ।












Click it and Unblock the Notifications