ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଆରମ୍ଭ ହେଲା ଡ୍ରାଏ ରନ୍, ମେ 3 ରୁ ବିଏମ୍ସିରେ 18-44 ବର୍ଷର ବ୍ୟକ୍ତିଙ୍କ ଟିକାକରଣ
ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ପାଇଁ ଆରମ୍ଭ ହୋଇଛି ଡ୍ରାଏରନ୍ । ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରାଏରନ କରାଯାଇଛି । ବିଏମସି କମିସନରଙ୍କ ଉପସ୍ଥିତିରେ 18 ବର୍ଷରୁ ଅଧିକ 50 ଜଣଙ୍କୁ ଟିକା ଦିଆଯାଇଛି ।
ଭୁବନେଶ୍ୱର : ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ପାଇଁ ଆରମ୍ଭ ହୋଇଛି ଡ୍ରାଏରନ୍ । ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରାଏରନ କରାଯାଇଛି । ବିଏମସି କମିସନରଙ୍କ ଉପସ୍ଥିତିରେ 18 ବର୍ଷରୁ ଅଧିକ 50 ଜଣଙ୍କୁ ଟିକା ଦିଆଯାଇଛି । ଏହା ପୂର୍ବରୁ ଟିକା ଅଭାବରୁ ମେ' ପହିଲାରେ 18 ବର୍ଷରୁ ଅଧିକ ବୟସ୍କଙ୍କ ଟୀକାକରଣ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ଗତକାଲି ରାତିରେ ଦେଢ଼ ଲକ୍ଷ ଡୋଜ କୋଭାକ୍ସିନ ଟିକା ପହଞ୍ଚିବା ପରେ ଆଜି ସପ୍ତାହାନ୍ତ ସଟ ଡାଉନ ଥିବାରୁ କେବଳ ସାଙ୍କେତିକ ଭାବେ ଟୀକାକରଣ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ କହିଥିଲା ।

ରାଜ୍ୟରେ ଶୁକ୍ରବାର ସଂଧ୍ୟାରେ ରାଜ୍ୟ ସରକାର ବରାଦ ଦେଇଥିବା 1ଲକ୍ଷ 50 ହଜାର ଡୋଜ୍ର 'କୋଭାକ୍ସିନ୍' ଟିକା ଓଡ଼ିଶାରେ ପହଞ୍ଚିଛି । ଆଜିଠାରୁ ରାଜ୍ୟରେ 18-44 ବର୍ଷର ଲୋକଙ୍କ ପାଇଁ ଟୀକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା କେବଳ ବିଏମ୍ସି ଅଞ୍ଚଳରେ ଦିଆଯିବ । ତେବେ ସପ୍ତାହାନ୍ତ ସଟ୍ଡାଉନ୍ ପାଇଁ ଟିକାଦାନ ବନ୍ଦ ରହିଥିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେଣୁ ଆସନ୍ତା 3 ତାରିଖରୁ କୋ-ୱିନ୍ ଆପ୍ରେ ପଞ୍ଜୀକରଣ କରିଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ ।
ଟିକାର ଅଭାବ ପାଇଁ ଦ୍ବିତୀୟ ଡୋଜ୍ର ହିତାଧିକାରୀଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଛି । ରାଜ୍ୟରେ ଏ ପର୍ଯ୍ୟନ୍ତ 58 ଲକ୍ଷ 57 ହଜାର 532 ଜଣ ଟିକା ନେଇ ସାରିଲେଣି । ରାଜ୍ୟରେ ଗତକାଲି ଆଜି ସଂଧ୍ୟା ସୁଦ୍ଧା 46 ହଜାର 220 ଡୋଜ୍ର 'କୋଭିସିଲ୍ଡ' ଓ 3 ଲକ୍ଷ 21ହଜାର 630 ଡୋଜ୍ 'କୋଭାକ୍ସିନ୍' ମହଜୁଦ ଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ସରକାର ଟିକାକରଣ ଉପରେ ବେଶ ଗୁରୁତ୍ବ ଦେଉଛନ୍ତି। ଏହା ସହ କରୋନା କଟକଣାକୁ ମଧ୍ୟ କଡ଼ାକଡ଼ି କରାଯାଉଛି । ଏମଧ୍ୟରେ ଆଜି ରାଜ୍ୟରେ ସଂକ୍ରମଣ ସଂଖ୍ୟା 10 ହଜାର ଅତିକ୍ରମ କରିଛି ।












Click it and Unblock the Notifications